ETV Bharat / city

ନେତାଜୀ ବସ ଟର୍ମିନାଲ କେବଳ ଧୂଆଁ ବାଣ: ବିଜେପି - netaji bus terminal

ସିଲଭର ସିଟି ଖାନ ନଗରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସଷ୍ଟାଣ୍ଡକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଜେପିର ପ୍ରତିନିଧି ଦଳ ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି। ଅଧିକ ପଢ଼ନ୍ତୁ...

bjp team visits netaji bus terminal area in cuttack
ନେତାଜୀ ବସ ଟର୍ମିନାଲ କେବଳ ଧୂଆଁ ବାଣ: ବିଜେପି
author img

By

Published : Feb 5, 2021, 10:22 PM IST

କଟକ: ସିଲଭର ସିଟି ଖାନ ନଗରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସଷ୍ଟାଣ୍ଡକୁ ନେଇ ବିବାଦ ତେଜିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟ ସରକାର ଏହି ବସ ଷ୍ଟାଣ୍ଡକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଏହି ମେଗା ପ୍ରକଳ୍ପ ପାଇଁ ସରକାର ଅଧିକୃତ କରିଥିବା ସ୍ଥାନ ପରିଭ୍ରମଣ କରିଛି ବିଜେପିର ଏକ ପ୍ରତିନିଧି ଦଳ।

ନେତାଜୀ ବସ ଟର୍ମିନାଲ କେବଳ ଧୂଆଁ ବାଣ: ବିଜେପି

ବିଜେପିର ପ୍ରତିନିଧି ଦଳ ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି। ଏହାପରେ ଏହି ମେଗା ପ୍ରକଳ୍ପକୁ ତୀବ୍ର ନିନ୍ଦା କରିଛି ବିଜେପି। ପ୍ରସ୍ତାବିତ ଗୋପାଳପୁର ବସଷ୍ଟାଣ୍ଡ କାର୍ଯ୍ୟ ଆଜି ଯାଏଁ ନିର୍ମାଣ ହୋଇପାରିଲା ନାହିଁ। ଏହାପରେ ପୁଣି ଏକ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଯାହା ମୁଖ୍ୟମନ୍ତ୍ରୀ କଟକିଆଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ମନେ ହେଉଛି ବୋଲି କଟାକ୍ଷ କରିଛି ବିଜେପି।

ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳ ଖାନ ନଗର ବସଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଛି। ଏହାକୁ ନେଇ ବିଜେପି ଜିଲ୍ଲା ସଭାପତି କହିଛନ୍ତି ଯେ, "ରାଜ୍ୟ ସରକାରଙ୍କ ଏହି ବସଷ୍ଟାଣ୍ଡ ପ୍ରକଳ୍ପକୁ ନେଇ କେହି ଖୁସି ନାହାନ୍ତି। ବସଷ୍ଟାଣ୍ଡ ପାଇଁ କେତେ ଜମି କେଉଁଠୁ ଯାଉଛି ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଶାସକ ଦଳ ବସଷ୍ଟାଣ୍ଡକୁ ନେଇ ରାଜନୀତି କରୁଛି। ବସଷ୍ଟାଣ୍ଡ କଲେ କୌଣସି ସହରର ଉନ୍ନତି ହୁଏନାହିଁ। ପ୍ରତ୍ୟେକ ଜିଲ୍ଲାରେ ବସଷ୍ଟାଣ୍ଡ ଅଛି ପ୍ରତ୍ୟେକ ଜିଲ୍ଲାରେ ସହର ଅଛି। "

ଏହି ପ୍ରକଳ୍ପ କରି ରାଜ୍ୟ ସରକାର ସ୍ଥାନୀୟ ବାସିନ୍ଦା ଓ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏହାପୂର୍ବରୁ ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.