କଟକ: ବିଧାନସଭା ଘେରାଉ ପାଇଁ ବିଜେପି ପକ୍ଷରୁ ଜାରି ରହିଛି ପଦଯାତ୍ରା । ବୁଧବାରଠୁ ବିଜେପି ଏହି ପଦଯାତ୍ରା ଆରମ୍ଭ କରିଥିବାବେଳେ 20 ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ।
ମାହାଙ୍ଗାରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ଚାଲିଛି, ତାହା ରୋକିବା ପାଇଁ ବିଜେପି ଏହି ପଦଯାତ୍ରା ଆରମ୍ଭ କରିଛି। ଅନ୍ୟପଟେ ମାହାଙ୍ଗା ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କ ହାତ ସିଧାସଳଖ ରହିଛି ବୋଲି ଅଭିଯୋଗ କରିଛି ବିଜେପି । ଏହି ପଦଯାତ୍ରା ନିଶ୍ଚୟ ମାହାଙ୍ଗା ମାଟିକୁ ଶାନ୍ତି ଫେରାଇ ଆଣିବା ନେଇ ଆଶା ରଖିଛି ଭାରତୀୟ ଜନତା ପାର୍ଟି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ