କଟକ: କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡ ମାମଲା। ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା । କଟକ ଗ୍ରାମାଞ୍ଚଳ ଏସପି ଅଫିସ ଘେରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା । କେନ୍ଦ୍ରରୁ ଆସିଥିବା ପ୍ରତିନିଧି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲେ ।
ମମିତା ହତ୍ୟାକାଣ୍ଡକୁ ନେଇ ବିଜେପି ଜୋରଦାର ପ୍ରତିବାଦ କରିଛି । ଏଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ। ତେବେ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ତାହାର ଏହି ଅଭିଯାନ ସମସ୍ତ ଜିଲ୍ଲାରେ ଜାରି ରଖିବ । ଆଜି କଟକରୁ ଆରମ୍ଭ ହୋଇ ସମସ୍ତ ଜିଲ୍ଲାରେ କରାଯିବ ଦୃଢ଼ ପ୍ରତିବାଦ । ସରକାର ସମସ୍ତ କଥା ଜାଣି ମଧ୍ୟ ଏଯାବତ ଚୁପ ରହିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଦୋଷୀ କିଏ । ତେବେ ମମିତାଙ୍କୁ ନ୍ୟାୟ ମିଳିବା ଏକ ପ୍ରକାର ଧାର୍ଯ୍ୟ ବୋଲି ସ୍ପଷ୍ଟ କରିଛି ମହିଳା ମୋର୍ଚ୍ଚା ।
ମମିତା ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବାରା ଷଡ଼ଯନ୍ତ୍ର ହୋଇଛି । ଗୋବିନ୍ଦ ସାହୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ । ଦିବ୍ୟଶଙ୍କର ନିୟମିତ ଭାବେ ସ୍କୁଲକୁ ଯାଉଥିଲେ । ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ । ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ନୈତିକତା ଦୃଷ୍ଟିରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ ।
ସୂଚନାଥାଉକି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାପତି ଭନିତା ଶ୍ରୀନିବାସନ ନେତୃତ୍ବରେ ବଲାଙ୍ଗୀର ପୀଡିତାଙ୍କ ଘରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ