ETV Bharat / city

ମୁସଲିମ ସମ୍ପ୍ରଦାୟକୁ ପ୍ରତାଡିତ କରୁଛନ୍ତି ରାଜ୍ୟ ସରକାର: ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା - Waquf Board

ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ନେଇ ସରକାରଙ୍କୁ ଘେରିଛି ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା । ଅଧିକ ପଢନ୍ତୁ...

ମୁସଲିମ ସମ୍ପ୍ରଦାୟକୁ ପ୍ରତାରିତ କରୁଥିବା ନେଇ ବିଜେପିର ଅଭିଯୋଗ

author img

By

Published : Aug 9, 2021, 7:37 AM IST

କଟକ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା । ବିଜେଡି ସରକାର ଖାସ୍ କରି ରାଜ୍ୟର ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟ ଲୋକଙ୍କୁ ପ୍ରତାରିତ କରୁଛନ୍ତି ବୋଲି କଟକ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲି ।

ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ସରକାର ପ୍ରତାରିତ କରୁଥିବା ନେଇ ବିଜେପିର ଅଭିଯୋଗ

ସେପଟେ ସଂଖ୍ୟାଲଘୁଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୧୫ ସୁତ୍ରୀ ଯୋଜନାକୁ ରାଜ୍ୟ ସରକାର କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିକନ୍ଦର । ସଂଖ୍ୟାଲଘୁଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ସରକାର ବ୍ୟବହାର କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ଉର୍ଦ୍ଦୁ ଏକାଡେମୀ, ୱାକଫ୍ ବୋର୍ଡ଼, କବରିସ୍ତାନ, ହଜ ହାଉସ, ମଦରସା ଆଦି ଅବହେଳିତ ଅବସ୍ଥାରେ ପଡ଼ିଥିବା ବେଳେ ଏହା ପ୍ରତି ସରକାରଙ୍କ ନଜର ପଡୁନଥିବା କହିଛନ୍ତି ।

ଖାଲି ଯେ ସେତିକି ନୁହେଁ ମୁସଲିମ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ସ୍କଲାରସିପ ପଇସା ମଧ୍ୟ ସେମାନଙ୍କୁ ଦିଆଯାଉନାହିଁ । ଏଭଳି ପ୍ରଶ୍ନରେ ସରକାର ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । କହିବାକୁ ଗଲେ, ଓଡିଶାରେ ଉର୍ଦ୍ଦୁ ଏକାଡେ଼ମୀ 10 ବର୍ଷ ହେବ ଅଚଳ ହୋଇ ପଡି ରହିଛି ।

ୱାର୍କ ଅଫ ବୋର୍ଡ ଓ ମାଦ୍ରାସା ବୋର୍ଡ 10 ବର୍ଷ ହେବ ନିଷ୍କ୍ରିୟ ରହିଛି । ଗୋଟିଏ ଚେୟାରମ୍ୟାନ ରହିଛି ଯିଏ ଓଡିଶାର କବର ସ୍ଥାନ ମଦ୍ରସା ଓ ମସଜିଦ ଜମିକୁ ବିକ୍ରି କରି ଖାଉଛି । ବାରମ୍ବାର ଏନେଇ ଅଭିଯୋଗ ହେଉଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ନେଇ ଅଭିଯୋଗ କରିଛନ୍ତି ।

ଏହାସହ ପୋଲିସ ସରକାରୀ ଦଳ ସହ ମିଶି ସଂଖ୍ୟା ଲଘୁ ସମ୍ପ୍ରଦାୟକୁ ଭୟଭୀତ କରାଯାଉଥିବା ନେଇ କହିଛନ୍ତି ସିକନ୍ଦର । ଯାହାଦ୍ବାରାକି ନିଷ୍ପେସିତ ହେଉଛନ୍ତି ମୁସଲିମ ସମାଜ । ତେବେ 21 ବର୍ଷ ମଧ୍ୟରେ କେତେ କବର ସ୍ଥାନର ଜମି ବିକିଛନ୍ତି ତାହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ ବୋଲି ଦାବି କରିଛି ବିଜେପି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.