କଟକ: ଧାରଣାରୁ ହଟିଲା ବିଜେପି । ଡିଜିଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଛି ବିଜେପି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଡିଆଇଜି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେବାକୁ ଡିଜି ପ୍ରତିଶ୍ରୁତି ଦେବା ପରେ ବିଜେପି ଧାରଣାରୁ ହଟିଛି ।
ଏଥିସହ 10 ଦିନ ମଧ୍ୟରେ ଡିଆଇଜି ମାମଲାର ତଦନ୍ତ କରିବେ ବୋଲି ଡିଜି କହିଛନ୍ତି । ସୂଚନା ଅନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଆଜି(ଶୁକ୍ରବାର) ବିଜେପି ଡ଼ିଜିଙ୍କ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲା । ଏଫଆଇଆରରେ ନାମ ଥିବା ୧୩ ଜଣ ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି ରଖିଥିଲା ବିଜେପି ।
ପୋଲିସ ଡ଼ିଜି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୩ ଘଣ୍ଟାର ଆଲୋଚନା ପରେ ବିକ୍ଷୋଭରୁ ଓହରି ଥିଲା ବିଜେପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ