ETV Bharat / city

ନକଲି ମେଡିସନ କାରବାର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି - ନକଲି ମେଡିସିନ

ସିଲଭରସିଟିରେ ନକଲି ମେଡିସିନ କାରବାରକୁ ନେଇ ଗର୍ଜିଲା ବିଜେପି । ସ୍ବାସ୍ଥ୍ୟମନ୍ତ୍ରୀ ଓ ମେୟରଙ୍କ ଇସ୍ତଫା ଦାବି କଲା ଦଳ । ଅଧିକ ପଢନ୍ତୁ

ନକଲି ମେଡିସନ କାରବାର, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

author img

By

Published : Sep 15, 2022, 4:49 PM IST

କଟକ: ନକଲି ଔଷଧ ମାମଲାରେ ସିଲଭରସିଟିରେ ଗର୍ଜିଲା ବିଜେପି (BJP Protest on Fake Medicine) । କଟକରୁ ଠାବ ହୋଇଥିବା ନକଲି ମେଡିସିନର ମୂଳ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗିରଫ ଦାବି କଲା ବିଜେପି । ଏହାସହ କଟକ ସହରରେ ନକଲି ଔଷଧ ବିକ୍ରି ପ୍ରସଙ୍ଗରେ ମେୟର ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି ।

ନକଲି ମେଡିସନ କାରବାର, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

କେବଳ ହୋଲସେଲରଙ୍କୁ ଗିରଫ କଲେ ମୂଳ ମଞ୍ଜି ତ ମିଳିବନି ଏହି ଦିଗରେ ମନ୍ତ୍ରୀ ବିଧାୟକ ଓ ମେୟରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ଦଳ । ଅନ୍ୟପଟେ କଟକରେ ଆଉ କିଛି ଦିନ ପରେ ଆରମ୍ଭ ହେବ ଜଗତ ଜନନୀ ଦୁର୍ଗା ମାଆଙ୍କ ପୂଜା । କିନ୍ତୁ ଦୁଃଖର ବିଷୟ ସହରରେ ଏଯାବତ ହୋଇ ପାରିଲାନି ସ୍ଵଚ୍ଛ ଓ ପରିମଳ । ଗୋଟିଏ ପଟେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ରହିଥିଲା ବେଳେ ଅନ୍ୟପଟେ ପରିମଳ ଦିଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପିସି କାରବାର ଜାରି ରହିଥିବା କହିଛି ବିଜେପି । ଯଦି ହାତରେ ସମୟ ଥାଇ ଏହି ଦିଗରେ ଦୃଢ଼ ପଦକ୍ଷେପ ନ ନିଆଯାଏ ତେବେ ମେୟରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଆନ୍ଦୋଳନରତ ବିଜେପି କର୍ମୀ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ- ନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

ଏନେଇ ବିଜେପି ଜିଲ୍ଲା ଉପସଭାନେତ୍ରୀ କଳ୍ପନା ପଟ୍ଟନାୟକ କହିଛନ୍ତି, "ନକଲି ମେଡିସିନ କାରବାର ମାମଲାରେ ତଳ କର୍ମଚାରୀଙ୍କୁ ଗିରଫ କରାଯାଉଛି । ଏପରି କଲେ ଦୁର୍ନୀତି ହ୍ରାସ ପାଇବ ନାହିଁ କାରଣ ଏଥିରେ ବିଧାୟକ, ମନ୍ତ୍ରୀ ସାମିଲ ରହିଛନ୍ତି । ମେଡିସିନ ଷ୍ଟୋରକୁ ଯେତେବେଳେ ମେଡିସିନ ଆସୁଛି ତାକୁ ଯାଞ୍ଚ କରିବା କାହାର କାମ ? ଏଥିଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଓ ମେୟର ଇସ୍ତଫା ଦେବା ଉଚିତ ।"

ସହରର ପରିମଳ ବ୍ୟବସ୍ଥାକୁ ନେଇ ବିଜେପି ନେତ୍ରୀ କହିଛନ୍ତି, "ବର୍ତ୍ତମାନ ପାର୍ବଣର ସମୟ । ଆପଣ ଲକ୍ଷ୍ୟ କରିଥିବେ ସହରର ଅନେକ ସ୍ଥାନରେ ଖାଲ ଢିପ ଦେଖିବାକୁ ମିଳୁଛି । ମହାନଗର ନିଗମ ତାର କୌଣସି ପ୍ରକାର କାର୍ଯ୍ୟ କରୁନାହିଁ । ପିସି କାରବାର ବଢିଯାଇଥିବାରୁ ସେମାନେ ରାଜରାସ୍ତାକୁ ଆସୁନାହାନ୍ତି ଏବଂ କଣ କେଉଁଠି ଘଟୁଛି ଜାଣିପାରୁନାହାନ୍ତି ।"

ତେବେ ସୂଚନା ଥାଉ କି ଗତ କିଛି ଦିନ ଉଚ୍ଚ ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ ଭଳି ତିନିଟି ନକଲି ଔଷଧ କଟକରେ ବିକ୍ରି ହେଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଘଟଣାର ତଦନ୍ତ କରିଥିଲା । କଟକର ଦୁଇ ହୋଲସେଲର ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.