ETV Bharat / city

ଫଳକ ରାଜନୀତି, CMC ଉପରେ ବର୍ଷିଲା ବିଜେପି - ରାଜନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି

ସିଏମସିର ଫଳକ ରାଜନୀତି । ପ୍ରକଳ୍ପର ଫଳକରେ ନାହିଁ ବିଜେପି କର୍ପୋରେଟରଙ୍କ ନାମ । ଏମିତି ଅଭିଯୋଗ ଆଣିଛି ବିଜେପି । ଅଧିକ ପଢ଼ନ୍ତୁ

ସିଏମସିର ଫଳକ ରାଜନୀତି, ଅଭିଯୋଗ ଆଣିଲା ବିଜେପି

author img

By

Published : Sep 4, 2022, 12:05 PM IST

କଟକ: ସିଏମସିର ଫଳକ ରାଜନୀତି । ସ୍ୱାୟତ ଶାସନ ଦିବସରେ ଅନେକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ମନ୍ତ୍ରୀ, ମେୟର, କମିଶନର । ହେଲେ ଦୁର୍ଭାଗ୍ୟର ବିଷୟ ଅନେକ ପ୍ରକଳ୍ପର ଫଳକରେ ନାହିଁ ବିଜେପି କର୍ପୋରେଟରଙ୍କ ନାମ । ଯାହାକୁ ନେଇ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସିଏମସି ଉପରେ ବର୍ଷିଛି ବିଜେପି । ଯଦି କଟକ ମହାନଗର ନିଗମ ପ୍ରକଳ୍ପ ଉଦ୍ଘାଟନ କରିବ ତେବେ ସେଥିରେ ସ୍ଥାନୀୟ କର୍ପୋରେଟରଙ୍କ ସ୍ଥାନ ରହିବା ଦରକାର ବୋଲି କହିଛି ବିଜେପି ।

CMCର ଫଳକ ରାଜନୀତି

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି କି, ‘‘କଟକ ମେୟର ଓ କମିଶନର ଯେଉଁ କାର୍ଯ୍ୟ କରିଛନ୍ତି ତାହା ସମ୍ପୂର୍ଣ୍ଣ ଘୃଣ୍ୟ ରାଜନୀତିକୁ ଇଙ୍ଗିତ କରୁଛି । ତେଣୁ ଆଗାମୀ ଦିନରେ ଏହି ଦିଗରୁ ନିବୃତ୍ତ ରହିବ । ନଚେତ୍‌ ଏହାର କଡା ଜବାବ ସିଏମସିକୁ ଦିଆଯିବ’’। ସୂଚନାନୁସାରେ କଟକ ମହାନଗର ନିଗମ ତରଫରୁ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ହୋଇଥିବା ଫଳକରେ ପାତରଅନ୍ତର ନୀତି ଦେଖିବାକୁ ମିଳିଛି ।

ମୁଖ୍ୟତ ଯେଉଁମାନେ ବେସରକାରୀ ଦଳରୁ ଜିତିଛନ୍ତି, ବିରୋଧୀ ଦଳରୁ ଜିତିଛନ୍ତି ସେମାନଙ୍କୁ ଅବହେଳା କରାନଯାଉ । ଷଣ୍ଢପୁର ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସହରାଞ୍ଚଳର ଯେଉଁ ଯୋଜନା ଅଛି ତାର ଶିଳାନ୍ୟାସ କରିବାକୁ ଫଳକ ଲଗାଯାଇ ଭୂମିପୂଜନ କଲେ । ତେବେ ଏକାଠି ଫଳକ ପୂଜା କରିବାର ଉଦ୍ଦେଶ୍ୟ କଣ ରହିଥିଲା ବୋଲି କଟକ ନଗର ବିଜେପି ସଭାପତି ପ୍ରଶ୍ନ ଉଠାଇଛନ୍ତି ।

ଏପରିକି ଯେଉଁ ଫଳକ ଲାଗିଥିଲା ସେଥିରେ କୌଣସି କର୍ପୋରେଟର ନାଁ ନଥିଲା । ତେବେ ଫଳକରେ ପାତରଅନ୍ତର ନୀତି କାହିଁକି କରାଯାଉଛି ବୋଲି କଟକ ନଗର ବିଜେପି ସଭାପତି ମୁହଁ ଖୋଲିଛନ୍ତି । ଏ ଘୂଣ୍ୟ ରାଜନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ସଦସ୍ୟ । ଯେଉଁମାନେ ଜିତିଛନ୍ତି ସେମାନେ ଲୋକଙ୍କ ଭୋଟରରେ ଜିତିଛନ୍ତି । ଆଗକୁ ଯେଭଳି ଏପରୁ ଭୁଲ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.