ETV Bharat / city

ମିଶନ ୨୦୨୪: କଟକରେ ବିଜେଡି ବାଜିମାତ କରିବ କହିଲେ ଉଷା ଦେବୀ

author img

By

Published : Oct 13, 2022, 1:44 PM IST

୨୦୨୪ ନିର୍ବାଚନରେ କଟକରେ ବାଜି ମାରିବ ବିଜେଡି । ଦମ୍ଭୋକ୍ତି ପ୍ରକାଶ କଲେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ । ଅଧିକ ପଢନ୍ତୁ

ମିଶନ ୨୦୨୪: କଟକରେ ବିଜେଡି ବାଜିମାତ କରିବ କହିଲେ ଉଷା ଦେବୀ
ମିଶନ ୨୦୨୪: କଟକରେ ବିଜେଡି ବାଜିମାତ କରିବ କହିଲେ ଉଷା ଦେବୀ

କଟକ: ୨୦୨୪ ନିର୍ବାଚନରେ କଟକରେ ବାଜି ମାରିବ ବିଜେଡି । ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିପୁଳ ବିଜୟ ହେବ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ନେତ୍ରୀ ଉଷା ଦେବୀ(Usha Devi) । ନିର୍ବାଚନ ପାଇଁ ଦଳ ଏବେଠୁ ତା'ର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାରି ଭିତରେ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ମଧ୍ୟ ପ୍ରକାଶ ପାଇଛି । କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଉଷା ଦେବୀଙ୍କ ନାମ ସ୍ଥିର କରିଛନ୍ତି ବିଜେଡି ସୁପ୍ରିମୋ । ତାଲିକା ପ୍ରକାଶ ପାଇବା ପରେ କଟକ ଗସ୍ତ କରିଛନ୍ତି ବିଜେଡିର ଏହି ହେବିୱେଟ ନେତ୍ରୀ ।

କଟକରେ ବିଜେଡି ବାଜିମାତ କରିବ କହିଲେ ଉଷା ଦେବୀ

ଏହାମଧ୍ୟ ପଢନ୍ତୁ: Dhamnagar Bypoll: ଧାମନଗର ଉପନିର୍ବାଚନ ନେଇ ବିଜେଡିରେ ବିବାଦ !

ଉଷା ଦେବୀ ପ୍ରଥମେ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ବିଜେଡିକୁ ଆହୁରି ତୃଣମୂଳ ସ୍ତରରୁ ମଜଭୁତ କରିଛନ୍ତି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା ଆରମ୍ଭ ଚାଲିଛି । ଏହି ପଦଯାତ୍ରା ବିଜୁ ଜନତା ଦଳକୁ ୨୦୨୪ରେ ନିଶ୍ଚୟ ବାଜିମାତ୍ କରାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ । ତେବେ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ରୁ ବିଜେଡି ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ଆସନ୍ତା ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଜାରି ରଖିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.