ETV Bharat / city

'ମା' ଦୁର୍ଗାଙ୍କୁ ନେଇ ବିଜେପି ରାଜନୀତି ନ କରୁ '

author img

By

Published : Sep 7, 2021, 10:35 PM IST

ପାର୍ବଣରେ ମୂର୍ତ୍ତି ଉଚ୍ଚତା ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ବିରୁଦ୍ଧରେ ତେଜୁଛି ପ୍ରତିବାଦ । ଏନେଇ ବିଜେପିର କଟକ ବନ୍ଦ ଡାକରାକୁ ସମାଲୋଚନା କରିଛନ୍ତି କଟକର ପୂର୍ବତନ ବିଧାୟକ । ଅଧିକ ପଢନ୍ତୁ...

'ମା' ଦୁର୍ଗାଙ୍କୁ ନେଇ ବିଜେପି ରାଜନୀତି ନ କରୁ '
'ମା' ଦୁର୍ଗାଙ୍କୁ ନେଇ ବିଜେପି ରାଜନୀତି ନ କରୁ '

କଟକ: ପାର୍ବଣରେ ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ବିରୁଦ୍ଧରେ କଟକରେ ତେଜୁଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ବାରବାଟୀ ବିଧାୟକ ମହମ୍ମଦ ମୋକିମ କିଛି ସାମାଜିକ ସଙ୍ଗଠନ ସହ ଚଣ୍ଡି ମନ୍ଦିର ଆଗରେ ଦୀପ ଜାଳି ଅଭିନବ ପ୍ରତିବାଦ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ବିଜେପି ପକ୍ଷରୁ 13 ତାରିଖରେ କଟକ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ସମାଲୋଚନା କରିଛି ବିଜେଡି ।

'ମା' ଦୁର୍ଗାଙ୍କୁ ନେଇ ରାଜନୀତି କରୁଛି ବିଜେପି'

ମା ଦୁର୍ଗାଙ୍କ ପୂଜା ବିଜେପିର ନୁହେଁ । ବିଜେପି ମା'ଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ବିଜେପି କାହାକୁ ପଚାରିକି ବନ୍ଦ ଡାକରା ଦେଇଛି ବୋଲି ସମାଲୋଚନା କରିଛନ୍ତି କଟକର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।

ପୂର୍ବତନ ମନ୍ତ୍ରୀ ସମୀର ଦେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଯେଉଁପରି ଭାବେ ଆସନ୍ତା 13 ତାରିଖରେ କଟକ ବନ୍ଦ ଡାକରା ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ । କାହାକୁ ପଚାରି ସେ ଏହି ନିଷ୍ପତି ନେଇଛନ୍ତି ? ପୂର୍ବରୁ ବସିଥିବା ମହାନଗର ଶାନ୍ତି କମିଟି ବୈଠକରେ ସମୀର ଦେ ଉପସ୍ଥିତ ନଥିଲେ । ଯେଉଁଥିରୁ ତାଙ୍କର କଟକ ପ୍ରତି ଦରଦ ଏବଂ ମା' ଦୁର୍ଗାଙ୍କୁ ନେଇ ରାଜନୀତି ସ୍ପଷ୍ଟ ଜଣାପଡୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.