କଟକ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରାଇବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ଅର୍ଥାତ ଅକ୍ଟୋବର 2ରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ କଟକରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ବାଳ ।
କଟକ ଗାନ୍ଧୀ ପଲ୍ଲୀ କୁଷ୍ଠାଶ୍ରମ ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୯ ଜଣ ବିଜେଡି କର୍ମୀ ସାମାଜିକ ଦୂରତା ବଜାୟ ରଖି ଘରେ ଘରେ ଲୋକଙ୍କୁ କୋରୋନା ସଚେତନ କରାଇବ । କେବଳ ସେତିକି ନୁହେଁ ମାଗଣାରେ ଲୋକଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯିବ ବୋଲି ବିଜେଡି ନେତା ତଥା କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ