ETV Bharat / city

ବିରଜା ରଥଯାତ୍ରା ପ୍ରସଙ୍ଗ: ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିବର୍ଷ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ କୋରୋନା କାରଣରୁ ରଥଯାତ୍ରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁକ୍ତିମଣ୍ଡପ ସେବାୟତ ପରିଷଦ। ଅଧିକ ପଢନ୍ତୁ...

author img

By

Published : Sep 28, 2020, 5:50 PM IST

Breaking News

କଟକ: ଆଜି (ସୋମବାର) ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ୮ ତାରିଖ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବେ ଜିଲ୍ଲାପାଳ ଓ ଏସପି । ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁକ୍ତିମଣ୍ଡପ ସେବାୟତ ପରିଷଦ।

ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ମା' ବିରଜାଙ୍କ ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦିରରେ କୌଣସି ଧର୍ମିୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ଚଳିତବର୍ଷ ମଳ ମାସ ପଡ଼ୁଥିବାରୁ ମା'ଙ୍କ ଦୁର୍ଗାପୁଜା ୪୬ ଦିନ ଧରି ଚାଲିବ। ଏବଂ ମା' ବିରଜାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ୧୭ ରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି। ସେଥିପାଇଁ ମା'ଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି।

ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟଯେଉଁ ସର୍ତ୍ତ ରଖିବେ ତାକୁ ମାନି ରଥଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ ଅଦାଲତକୁ ଦର୍ଶାଯାଇଛି। ବିରଜା ରଥଯାତ୍ରା ନେଇ ହାଇକୋର୍ଟରେ ଏପର୍ଯ୍ୟନ୍ତ ୪ ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ମୁକ୍ତିମଣ୍ଡପ ସେବାୟତ ପରିଷଦ, ଜିଲ୍ଲା ଓକିଲ ସଂଘ,ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ବିରଜା ବାହୀନି ପକ୍ଷରୁ ପୃଥକ ପୃଥକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ସୋମବାର ଏହି ୨ ଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୨ ଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.