ETV Bharat / city

ବାଇକ ଲୁଟେରା ଗିରଫ, ୩ ବାଇକ ଜବତ - ବାଇକ ଲୁଟେରା ଗିରଫ

ଏକ ବାଇକ ଲୁଟେରାକୁ ଗିରଫ କଲେ ଦରଘାବଜାର ଥାନା ପୋଲିସ। ଦୀର୍ଘଦିନ ଧରି ଲୁଟେରା ଜଣକ ସହର ଭିତରେ ବାଇକ ଲୁଟୁଥିଲା। । ଶେଷରେ ପୋଲିସ ପଞ୍ଝାରେ ପଡିଛି ଏହି ଲୁଟେରା ।

ବାଇକ ଲୁଟେରା ଗିରଫ
ବାଇକ ଲୁଟେରା ଗିରଫ
author img

By

Published : Oct 9, 2020, 9:47 AM IST

କଟକ: ବାଇକ ଲୁଟେରାକୁ ଗିରଫ କଲେ ଦରଘାବଜାର ଥାନା ପୋଲିସ। ଦୀର୍ଘଦିନ ଧରି ସହର ଭିତରେ ବାଇକ ଲୁଟର ଆତଙ୍କ ମଚାଇଥିଲା ସେ। ଶେଷରେ ପୋଲିସ ପଞ୍ଝା ରେ ପଡିଛି ଏହି ଲୁଟେରା ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୩ ତାରିଖ ଦିନ ସିଡିଏ ସେକ୍ଟର ୬ରେ ରହୁଥିବା ହିତେଶ ଶର୍ମା ଏକ ହୋଣ୍ଡା ଆକ୍ଟିଭା ଗାଡି ନେଇ ଏକ ମନ୍ଦିରକୁ ଆସିଥିଲେ। ସେ ଗାଡିକୁ ବାହାରେ ରଖି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଆସିଲା ବେଳକୁ ଜଣେ ଯୁବକ ତାଙ୍କ ଗାଡିକୁ ଚୋରି କରି ନେଉଥିବା ଦେଖିବାକୁ ପାଇଲେ।

ବାଇକ ଲୁଟେରା ଗିରଫ
ବାଇକ ଲୁଟେରା ଗିରଫ

ହିତେଶ ଉକ୍ତ ଯୁବକଙ୍କୁ ପିଛା କରିଥିଲେ। ହେଲେ ଯୁବକ ଜଣକ ତାଙ୍କ ଗାଡିକୁ ନେଇ ପଳାଇବାରେ ସକ୍ଷମ ହୋଇଥିଲା । ପରେ ହିତେଶଙ୍କ ବାପା ଏନେଇ ଦରଘାବଜାର ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ନିକଟରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଲୁଟେରାକୁ ଠାବ କରିଥିଲେ।

ମକରବା ସାହି ଅଞ୍ଚଳର ଧନରାଜୁ ନାମକ ଏହି ଲୁଟେରାକୁ ଗିରଫ କରି ପଚରାଉଚରା କରିବାରୁ ସେ ୩ଟି ବାଇକ ଲୁଟ କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲା। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ଅନେକ ଚୋରି ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.