ETV Bharat / city

ସାଧାରଣ ଲୋକଙ୍କୁ ସୁହାଇଲା ଭଳି ରହିବ ଆଇନ ଶୃଙ୍ଖଳା: ନୂଆ ଡିଜିପି - ବିଜୟ କୁମାର ଶର୍ମା

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା । ବୈଷୟିକ ଜ୍ଞାନକୌଶଳ ସହ ଯେପରି ତୃଣମୂଳ ସ୍ତରରୁ ସମସ୍ତ ପୋଲିସ କର୍ମଚାରୀ ଜଡିତ ରହିବେ ସେ ପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 8, 2019, 2:20 PM IST

Updated : Aug 8, 2019, 11:01 PM IST

କଟକ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଭାର ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବାକୁ ଚେଷ୍ଟା କରାଯିବ । ଏଥିସହ ଆଇନଶୃଙ୍ଖଳା ସର୍ବଦା ବଜାୟ ରଖିବା ଆମ ପ୍ରାଥମିକତା ରହିବ ବୋଲି ନୂଆ ଡିଜିପି ବିଜୟ ଶର୍ମା କହିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ଏ ନେଇ ଗୁରୁବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ପୋଲିସ ବିଭାଗର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଭିଡ । ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଉଭୟ ବିଦାୟୀ ଡିଜି ଏବଂ ନୂଆ ଡିଜିପିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଡିଜିପିଙ୍କ ଅଫିସରେ ବିଧିବଦ୍ଧ ଭାବେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଅତିରିକ୍ତ ଭାବେ ଡିଜିପି ଭାର ନେଇଥିବା ବିଜୟ ଶର୍ମାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

ଏହା ପରେ ନିଜ ପ୍ରତିକ୍ରିୟାରେ ବିଜୟ ଶର୍ମା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ତାଙ୍କର ପ୍ରଥମ ପ୍ରାଥମିକତା ରହିବ । ଏଥିସହ ନକ୍ସଲ ଦମନ କ୍ଷେତ୍ରରେ ଚାଲିଥିବା ପ୍ରକ୍ରିୟା ମଧ୍ୟ ନିୟମିତ ରୂପେ ଜାରି ରହିବ । ଯାହାକି ନକ୍ସଲ ଉପଦ୍ରବ ଅଞ୍ଚଳର ବିକାଶ ପାଇଁ ଜରୁରୀ ରହିଛି । ପୋଲିସକୁ ଲୋକାଭିମୁଖୀ, ଦାୟିତ୍ବବାନ, ସମ୍ବେଦନଶୀଳ ଓ ମାନବୀୟ କରିବା ପ୍ରଚେଷ୍ଟା ସହ ମୁଖ୍ୟମନ୍ତ୍ରୀଙ୍କ 5 - T ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟ କରିବ ବୋଲି ସେ ମତ ଦେଇଥିଲେ ।

ସେହିପରି ଥାନା ହେଉଛି ପୋଲିସ ବ୍ୟବସ୍ଥାର କେନ୍ଦ୍ର ବିନ୍ଦୁ । ଏଗୁଡିକର ଭିତ୍ତିଭୂମିରେ ଉନ୍ନତି ଓ ସ୍ବଚ୍ଛତା ଅଗ୍ରାଧିକାର ଦିଆଯିବ । ଏଥିସହ ଏଠାରେ କାର୍ଯ୍ୟକାରୀ କରୁଥିବା ଅଧିକାରୀ ଓ କର୍ମଚାରୀ ମାନେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ । ଏଥିସହ ଲୋକଙ୍କ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା, ଥାନାରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କାର୍ଯ୍ୟ ସମ୍ପାଦନ କରିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବ ।

ଏଥିସହ ଅପରାଧ ଅନୁସନ୍ଧାନ ଅପରାଧ ନିରାକରଣ ଓ କୋର୍ଟ ମାମଲା ପରିଚାଳନା ଉପରେ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଅପରାଧ ଅନୁସନ୍ଧାନରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଓ ନାରୀଙ୍କ ସୁରକ୍ଷା ଓ ଗୁଇନ୍ଦା ସୂଚନା ର ଅଭିବୃଦ୍ଧି ଉପରେ ମଧ୍ୟ ଚେଷ୍ଟା ରହିବ । ସାମାଜିକ ଗଣମାଧ୍ୟମ ଟେଲିଫୋନ ଏବଂ ଅନ୍ୟାନ୍ୟ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ପାଖରେ ଯେପରି ଜନ ସାଧାରଣ ସହଜରେ ପହଞ୍ଚି ପାରିବେ ସେଥିପାଇଁ ପ୍ରଚେଷ୍ଟା କରାଯିବ ବୋଲି ନୂଆ ଡିଜିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା।ପୂର୍ବତନ ପୋଲିସ ଡିଜି ଆରପି ଶର୍ମା ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପ୍ରଥମେ ପୋଲିସ ମୁଖ୍ୟାଳୟ ପରିସରରେ ଗାର୍ଡ ଅଫ ଅର୍ଣ୍ଣର ପ୍ରଦାନ କରାଯାଇଥିଲା।

Body:no need

Conclusion:no need
Last Updated : Aug 8, 2019, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.