ETV Bharat / city

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଏପ୍ରିଲ ୫ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ। ଅଧିକ ପଢନ୍ତୁ...

Bhubaneswar minor Rape Case: next hearing in the case is on April 5
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି
author img

By

Published : Jan 22, 2021, 6:36 PM IST

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ହାଇକୋର୍ଟରେ ଆଜି (ଶୁକ୍ରବାର) କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ କରାଯାଇଛି। ଏହି ମାମଲାରେ ଗିରଫ ଦୁଇ ବ୍ୟକ୍ତିଙ୍କ ଇଣ୍ଟରଭେନିଂ ପିଟିସନ ଦାଖଲ କରାଯାଇଛି। ତେବେ ତାଙ୍କ ବିରୋଧରେ ପ୍ରମାଣ ନଥିବା ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ। ଏଭଳି ମାମଲାକୁ ଡ୍ରପ କରିବାକୁ ପିଟିସନ ଦାଖଲ କରାଯାଇଛି। ଦୁଇ ଇଣ୍ଟରଭେନିଂ ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଅଧିକ ତଦନ୍ତ ପାଇଁ ସମୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ। ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସେହିଦିନ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି

ଏହି ଘଟଣାରେ ପୂର୍ବରୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି ଓ ଏଡିଜି କୋର୍ଟରେ ହାଜର ହେବାକୁ ନଭେମ୍ବର ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ଦାଖଲ କରିବେ । ଏହି ଘଟଣାର ଅଭିଯୁକ୍ତ ଘରୋଇ ଗଣମାଧ୍ୟମର 4 କର୍ମଚାରୀଙ୍କୁ ୧୪ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ।ଏବେ ଏହି ଅଭିଯୁକ୍ତମାନେ ଝାରପଡା ଜେଲରେ ରହିଛନ୍ତି।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ୯ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ନଭେମ୍ବର ୧୮ ତାରିଖରେ ଭିଡିଓ କନ୍ଫରେନ୍ସିଂରେ ପୋଲିସ ଡିଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ସତ୍ୟପାଠ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଅକ୍ଟୋବର ୧୪ ତାରିଖରେ ଏହି ମାମଲାର ଶୁଣାଣି କରି ପୀଡ଼ିତା ଓ ତାର ମାକୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଏହି ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ପ୍ରାର୍ଥନା କରିଥିଲା। ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତାଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇ ଥିବା ବେଳେ ବୟାନ ମଧ୍ୟ ରେକର୍ଡ ହୋଇଛି।ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

କଟକରୁ ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.