କଟକ: ମାହାଙ୍ଗାରେ ଚର୍ଚ୍ଚିତ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗ । ସେହି ନାବାଳିକାକୁ ପୁରିଛି 18 ବର୍ଷ । ସେ ହେଉଛନ୍ତି ଭାରତୀ ମହାରଣା । ଯାହାକୁ ଆଜି ପୁରସ୍କୃତ କରିଛନ୍ତି ଖୋଦ ଜିଲ୍ଲାପାଳ । ଭାରତୀ ନାବଳିକା ଥିବା ସମୟରେ ଘର ଲୋକ ଭାରତୀକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଯୋଜନା କରିଥିଲେ । ଯେଉଁଥିରେ ଉଭୟ ପକ୍ଷରୁ ରହିଥିଲା ସହମତି । ହେଲେ ଭାରତୀ ନାବାଳିକା ଥିବାର ଖବର ପାଇଥିଲେ ସିଡିପିଇଓ ପ୍ରମୋଦୀନି ଦାସ ।
ମିଡ ନାଇଟ ଅପରେସନରେ ଭାରତୀକୁ ବାହାଘର ବନ୍ଧନରୁ ମୁକ୍ତ କରିଥିଲେ ପ୍ରମୋଦୀନି । ତେବେ ବର୍ତ୍ତମାନ ସେହି ପୁଅ ସହ ବାହାଘର ହେବା ନେଇ ଜାରି ରହିଛି ଯୋଜନା ବୋଲି କହିଛନ୍ତି ଭାରତୀ। ତେବେ ଏହି ନିଷ୍ପତିକୁ ନେଇ ବେଶ ଖୁସି ଅଛନ୍ତି ଭାରତୀ । ତେବେ ମାହାଙ୍ଗା ଅଞ୍ଚଳରେ ଏହାଥିଲା ପ୍ରଥମ ବାଲ୍ୟ ବିବାହ ରୋକିବା ମାମଲା । ଆଗମୀ ଦିନରେ ଅଞ୍ଚଳରେ ଏପରି ନଘଟିବା ପାଇଁ ନିବେଦନ କରିଛନ୍ତି ସିଡିପିଓ ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ