ETV Bharat / city

ଦୀପ ତଳ ଅନ୍ଧାର; ରାଜଧାନୀ ଉପକଣ୍ଠରେ ରହିଛି ଏଭଳି ରାସ୍ତା, ଯିବାକୁ ଡରିବ ଯମ !

author img

By

Published : Nov 17, 2021, 5:25 PM IST

Updated : Nov 17, 2021, 6:19 PM IST

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ କଟକ ଜିଲ୍ଲା କଣ୍ଟାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ଏହି ରାସ୍ତା, ଯାହା ଭାକରସାହି ଓ ଅଡଶପୁରକୁ ସଂଯୋଗ କରୁଛି । କିନ୍ତୁ ଏବେ 6 କିମିର ଏହି ରାସ୍ତା ପାଲଟିଛି ମରଣଯନ୍ତା । ମଣିଷ ତ ମଣିଷ ସ୍ବୟଂ ଯମ ବି ଆସିବାକୁ ଭୟ କରିବ !

ରାସ୍ତା ନା ଜମ କୁଣ୍ଡ, ରାଜଧାନୀ ଉପକଣ୍ଠ ତଳେ ରହିଛି ଏଭଳି ରାସ୍ତା

ନିଆଳି: ଦେଖୁଛନ୍ତି ଏହି ରାସ୍ତାକୁ । ଏ କେଉଁ ଉପାନ୍ତ କିମ୍ବା ମଫସଲ ଅଞ୍ଚଳର ରାସ୍ତା ନୁହେଁ। ବରଂ ରାଜଧାନୀ ଉପକଣ୍ଠ ଅଧିନରେ ରହିଛି ଏହି ରାସ୍ତା । ରାସ୍ତା ସାରା ବଡ ବଡ ଖାଲଖମା । ଯାହା ଟିକେ ବର୍ଷା ହେଲେ ସୃଷ୍ଟି କରୁଛି ପୋଖରୀର ଭ୍ରମ । ଏହି ରାସ୍ତାଟି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ କଟକ ଜିଲ୍ଲା କଣ୍ଟାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି, ଯାହା ଭାକରସାହି ଓ ଅଡଶପୁରକୁ ସଂଯୋଗ କରୁଛି । କିନ୍ତୁ ଏବେ 6 କିମିର ଏହି ରାସ୍ତା ପାଲଟିଛି ମରଣଯନ୍ତା । ମଣିଷ ତ ମଣିଷ ସ୍ବୟଂ ଯମ ବି ଆସିବାକୁ ଭୟ କରିବ !

ଦୀପ ତଳ ଅନ୍ଧାର; ରାଜଧାନୀ ଉପକଣ୍ଠରେ ରହିଛି ଏଭଳି ରାସ୍ତା, ଯିବାକୁ ଡରିବ ଯମ

କଟକ, ଖୋର୍ଦ୍ଧା, ପୁରି ଓ ଜଗତସିଂହପୁର ଗଲେ ଏହି ରାସ୍ତା ଦେଇ ଯାହାନ୍ତି ଲୋକେ । କିନ୍ତୁ ବର୍ଷେ ହେବ ସଙ୍କଟାପନ୍ନ ଅବସ୍ଥାରେ ରହିଛି ଏହି ରାସ୍ତା । ଗମନାଗମନରେ ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରାସ୍ତାରେ ଆସୁନି ସୁଧାର । ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା। ବନମାଳିପୁର ଭାକରସାହୁରୁ ବାହାରୁ ଅଡଶପୁର କଲେଜ ୬୦ ନମ୍ବର ରାଜ୍ୟ ରାଜପଥରେ ସଂଯୋଗ ହୋଇଛି ଏହି ରାସ୍ତା। ଏଏପଟେ ଦୁଇ ବିଭାଗ ରାସ୍ତାର ପୁନଃ ଉଦ୍ଧାର କରିବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ ।

ରାଜଧାନୀ ଉପକଣ୍ଠ ତଳିରେ ରାସ୍ତାର ଯଦି ଏମିତି ଅବସ୍ଥା, ତେବେ ଗ୍ରାମାଞ୍ଚଳ କଥା ନକହିବା ଭଲ । ଏପଟେ ଭାକରସାହିଠାରୁ ଅଡଶପୁର କଲେଜ ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତାର ଅବସ୍ଥା କେବେ ସୁଧୁରିବ, ତାହା ଦେଖିବାକୁ ବାକି ରହିଲା।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Nov 17, 2021, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.