ETV Bharat / city

ସୁମିତ ତପସ୍ବିନୀ ବିବାଦ ପ୍ରସଙ୍ଗ, ସବିଶେଷ ତଥ୍ୟ ଦେବାକୁ ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 25, 2022, 7:07 PM IST

ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ବିବାଦ ପ୍ରସଙ୍ଗରେ ଗେଟ ଭାଙ୍ଗି ଘରେ ପ୍ରବେଶ କରିବା ଘଟଣାରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ଅଧିକ ପଢନ୍ତୁ

ସବିଶେଷ ତଥ୍ୟ ଦେବାକୁ ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ବିବାଦ ପ୍ରସଙ୍ଗରେ ଗେଟ ଭାଙ୍ଗି ଘରେ ପ୍ରବେଶ କରିବା ଘଟଣାରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ଡିସେମ୍ବର ୨୦ ରେ ୩୦ରୁ ଊର୍ଦ୍ଧ୍ବ ମହିଳା ସୁମିତଙ୍କ ଗେଟ ଭାଙ୍ଗି ଘରେ ପଶିଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନ ଅବହେଳା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ ସୁମିତଙ୍କ ବାପା ପ୍ରମୋଦ ସାହୁ।

ତପସ୍ବିନୀ ଓ ତାଙ୍କ ବାପା କିଶୋର ଚନ୍ଦ୍ର ଦାସଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଫେବୃଆରୀ ୮ ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ତା ପୂର୍ବରୁ ହାଇକୋର୍ଟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ । ଗତ ଡିସେମ୍ବର ୨୦ ତାରିଖରେ ତାଙ୍କ ଘରେ ୩୦ରୁ ଊର୍ଦ୍ଧ୍ବ ମହିଳା ଗେଟ ଭାଙ୍ଗି ପ୍ରବେଶ କରିବା ସହ ଗାଳି ଗୁଲଜ କରିଥିଲେ। ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରମୋଦ ସାହୁ। ଗତ ମାସ ୨୦ ତାରିଖରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ଲୋକ ତାଙ୍କ ଘରେ ଧସେଇ ପଶିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଏନେଇ ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଏଫଆଇଆର ଦାୟର କରିଥିଲେ ବି ଆଜି ପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେହିପରି ଏହି ଘଟଣାରେ ପୋଲିସ ପକ୍ଷରୁ ସଠିକ ତଦନ୍ତ ମଧ୍ୟ କରାଯାଇନାହିଁ । ଏହି ଘଟଣାରେ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାର କୁ ସୁରକ୍ଷା ଯୋଗାଇଦେବାକୁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରମୋଦ। ଏହି ମାମଲାରେ ଗୃହ ବିଭାଗ ସଚିବ, ବ୍ରହ୍ମପୁର ଏସପି, ବୈଦ୍ୟନାଥପୁର ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.