କଟକ: ଗଞ୍ଜାମ ବସ୍ ଦୁର୍ଘଟଣା ମାମଲାରେ ନିଜଆଡୁ ମାମଲା ରୁଜୁ କଲେ ହାଇକୋର୍ଟ । ଏନେଇ 6 ଜଣଙ୍କୁ ନୋଟିସ୍ ଦିଆଯାଇଛି ।
ଶକ୍ତି ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ, ଗୃହ ବିଭାଗ ସଚିବ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସ୍ପି, ସାଉଥ କୋ ଏମଡିଙ୍କୁ ହୋଇକୋର୍ଟ ନୋଟିସ୍ ଜାରି କରିଛନ୍ତି ।
ତେବେ ମାର୍ଚ୍ଚ 2 ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲାବେଳେ ଆସନ୍ତା ମାର୍ଚ୍ଚ 2ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ