ETV Bharat / city

Seat Reservation for Municipal Election: ଭୁଲ ଥିଲେ ଆଇନର ଆଶ୍ରୟ ନେବେ କହିଲେ ମୋକିମ - ପୌର ନିର୍ବାଚନ ସିଟ ସଂରକ୍ଷଣ ତାଲିକା ନେଇ ମୋକିମଙ୍କ ପ୍ରତିକ୍ରିୟା

ପୌର ନିର୍ବାଚନ ଲାଗି ସିଟ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ କିଛି ଭୁଲ ଥିଲେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବାକୁ କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

Seat Reservation for Municipal Election: ଭୁଲ ଥିଲେ ଆଇନର ଆଶ୍ରୟ ନେବେ କହିଲେ ମୋକିମ

author img

By

Published : Dec 11, 2021, 6:42 PM IST

କଟକ: ପୌର ନିର୍ବାଚନ (Cuttack Municipal Election) ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । କଂଗ୍ରେସର ଉପଦେଷ୍ଟା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ତାଲିକାକୁ ନେଇ ଚାଲିଛି ଅଙ୍କକଷା । ଏହି ଦିଗରେ ଯଦି ଅସୁବିଧା ବଢେ, ତେବେ ବାଧ୍ୟ ହୋଇ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

Seat Reservation for Municipal Election: ଭୁଲ ଥିଲେ ଆଇନର ଆଶ୍ରୟ ନେବେ କହିଲେ ମୋକିମ

ଏହା ବି ପଢନ୍ତୁ: Municipal Election ପାଇଁ ଭୟଭୀତ ସରକାର: ମୋକିମ

ସଂରକ୍ଷଣ ତାଲିକାରେ ମହିଳା ଓ ପୁରୁଷଙ୍କୁ ମିଳିଛି ସମାନ ଅଗ୍ରାଧିକାର । ଏହାରି ମଧ୍ୟରେ କଟକରେ ମଧ୍ୟ 59ଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ତେବେ ଏହି ତାଲିକାରେ ଭୁଲ କି ଠିକ ତାହା ତର୍ଜମା ଚାଲିଛି । କଂଗ୍ରେସର ଉପଦେଷ୍ଟା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ତାଲିକାକୁ ନେଇ ଚାଲିଛି ଆଲୋଚନା ।

ଏହା ବି ପଢନ୍ତୁ: ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ: ପୁରୀରେ ଅଭିଯୋଗ ଶୁଣାଣି

ତେବେ କିଛି କିଛି ସିଟରେ ପରିବର୍ତ୍ତନ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଯଦି ଏହି ଦିଗରେ କିଛି ଅସୁବିଧା ପରିଲକ୍ଷିତ ହୁଏ, ତେବେ ବାଧ୍ୟ ହୋଇ କଂଗ୍ରେସ ନ୍ୟାୟାଳୟକୁ ଯିବ ବୋଲି ବିଧାୟକ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.