ETV Bharat / city

ପ୍ରତି ସ୍କୁଲ ଓ କଲେଜରେ ହେବ ଆଣ୍ଟି ରାଗିଙ୍ଗ ଓ ସାଇବର ଅପରାଧ ନେଇ ସଚେତନତା: ଡିସିପି

author img

By

Published : Sep 21, 2022, 7:52 PM IST

କଟକ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ଓ ସାଇବର ଅପରାଧ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଯୋଗଦେଇ ସହରର ସ୍କୁଲ ଓ କଲେଜରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ପ୍ରତି ସ୍କୁଲ ଓ କଲେଜରେ ହେବ ଆଣ୍ଟି ରାଗିଙ୍ଗ ଓ ସାଇବର ଅପରାଧ ନେଇ ସଚେତନତା: ଡିସିପି
ପ୍ରତି ସ୍କୁଲ ଓ କଲେଜରେ ହେବ ଆଣ୍ଟି ରାଗିଙ୍ଗ ଓ ସାଇବର ଅପରାଧ ନେଇ ସଚେତନତା: ଡିସିପି

କଟକ: ସହରର ପ୍ରତି ସ୍କୁଲ ଓ କଲେଜରେ ଆଣ୍ଟି ରାଗିଙ୍ଗ ଓ ସାଇବର ଅପରାଧ ନେଇ କରାଯିବ ସଚେତନତା । ବିଶେଷ ଭାବରେ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ସାଇବର ଅପରାଧର ଶିକାର ହେଉଥିଲା ବେଳେ ରାଗିଙ୍ଗର ମଧ୍ୟ ଶିକାର ହେଉଛନ୍ତି । ତେବେ ଏନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରୁ ଆରମ୍ଭ କରାଯାଇଛି ଏକ ମେଗା ସଚେତନତା କାର୍ଯ୍ୟକ୍ରମ ।

ସ୍କୁଲ ଓ କଲେଜରେ ପଢ଼ୁଥିବା ବୟସରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ରାଗିଙ୍ଗ ଓ ସାଇବର ଅପରାଧର ଶିକାର ହୋଇଥାନ୍ତି । ଯାହାକୁ ନେଇ ଅନେକ ନିରୀହ ଛାତ୍ରଛାତ୍ରୀଙ୍କ ପ୍ରାଣ ହରାଉଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ନିଜ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ମଧ୍ୟ ହେଉଛନ୍ତି । ତେବେ ଏନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ଆଜି (ବୁଧବାର) ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଭଳି ସଚେତନତା କାର୍ଯ୍ୟକ୍ରମ ସହରର ସ୍କୁଲ ଓ କଲେଜରେ ଆୟୋଜନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ତେବେ ଏଭଳି ସଚେତନତା କାର୍ଯ୍ୟକ୍ରମ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରୁ ଆରମ୍ଭ କରାଯାଇଥିବା ବେଳେ କଟକ ଡିସିପି ପିନାକ ମିଶ୍ର ଓ କ୍ରାଇମବ୍ରାଞ୍ଚ ସାଇବର ସେଲର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସମସ୍ତ ଛାତ୍ରୀ ଓ ଅଧ୍ୟାପିକା ମାନଙ୍କୁ ଏହି ରାଗିଙ୍ଗ ଓ ସାଇବର ଅପରାଧରୁ ନିବୃତ ରହିବା ପାଇଁ ଉପଦେଶ ଦେଇଥିଲେ । ଏହାସହ ପ୍ରତି ସ୍କୁଲ ଓ କଲେଜରେ ଆଗମୀ ଦିନରେ ଗୋଟିଏ ଲେଖାଏଁ ସାଇବର କ୍ଲବ ଖୋଲିବା ନେଇ କମିଶନରେଟ ପୋଲିସର ଯୋଜନା ରହିଥିବା କହିଛନ୍ତି ଡିସିପି ।

ତେବେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ରାଗିଙ୍ଗ ଓ ସାଇବର କ୍ରାଇମର ଅତ୍ୟଧିକ ଶିକାର ଯୁବବର୍ଗ ହେଉଥିବାରୁ ଏଭଳି ସଚେତନାତ୍ମକ କାର୍ଯ୍ୟକ୍ରମ ନିହାତି ଆବଶ୍ୟକ । ତେବେ ଏନେଇ ଯୁବବର୍ଗଙ୍କୁ ବିସ୍ତୃତ ଭାବରେ ସଚେତନ କରିବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଆଜି ଆମ ସହିତ ଯୋଗ ଦେଇଥିଲେ । ତେବେ ପ୍ରତି ସ୍କୁଲ ଓ କଲେଜରେ ଆଗମୀ ଦିନରେ ଗୋଟିଏ ଲେଖାଏଁ ସାଇବର କ୍ଲବ ଖୋଲିବା ଯୋଜନା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଖୁବଶୀଘ୍ର ଆମେ ଏହାକୁ କାର୍ଯ୍ୟକାରୀ କରିବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.