ଭୁବନେଶ୍ବର: ଆଠଗଡ଼ର ସମସ୍ତ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କର । ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କଟକ ସର୍କିଟ ହାଉସରେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସମୀକ୍ଷା ବୈଠକ ଆଜି(ସୋମବାର) ଅନୁଷ୍ଠିତ ହୋଇଛି ।

ବୈଠକର ଅଧ୍ୟକ୍ଷତା କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ସହ ସମସ୍ତ CHC(Community Health Care Center), PHC(Primary Health Care Center), ସବ୍-ସେଣ୍ଟରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଛି । ଏହାସହ ପ୍ରକଳ୍ପ ସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଆଠଗଡ ଓ ତିଗିରିଆର ସମସ୍ତ ଭାରପ୍ରାପ୍ତ ଡାକ୍ତରଙ୍କ ସହିତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ