ETV Bharat / city

ଓଡିଶା ଏକ ଟ୍ରିଲିୟନ ରାଜ୍ୟରେ ପରିଣତ ହୋଇପାରିବ: କେନ୍ଦ୍ର ରେଳମନ୍ତ୍ରୀ

author img

By

Published : Feb 6, 2022, 9:02 PM IST

Updated : Feb 6, 2022, 9:45 PM IST

ଓଡିଶାରେ ଥିବା ପ୍ରାକୃତିକ ସମ୍ପଦ, ସମ୍ବଳ ଓ ଭିତ୍ତିଭୂମିକୁ ବ୍ୟବହାର କରି ଓଡିଶାକୁ ଏକ ଟ୍ରିଲିଅନ ଡଲାର ଅର୍ଥନୈତିକ ରାଜ୍ୟରେ ପରିଣତ କରିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କଟକରେ କହିଛନ୍ତି । ଅଧିକ ପଢନ୍ତୁ

ashwini vaishnaw visit to cuttack for aatma nirbhar bharat budget  programme
ଓଡିଶା ଏକ ଟ୍ରିଲିୟନ ରାଜ୍ୟରେ ପରିଣତ ହୋଇପାରିବ:କେନ୍ଦ୍ର ରେଳମନ୍ତ୍ରୀ

କଟକ: ଓଡିଶାରେ ଥିବା ପ୍ରାକୃତିକ ସମ୍ପଦ, ସମ୍ବଳ ଓ ଭିତ୍ତିଭୂମିକୁ ବ୍ୟବହାର କରି ଓଡିଶାକୁ ଏକ ଟ୍ରିଲିଅନ ଡଲାର ଅର୍ଥନୈତିକ ରାଜ୍ୟରେ ପରିଣତ କରିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କଟକରେ କହିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ଶାରଳା ଭବନରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ବଜେଟ-୨୦୨୨ ସମ୍ବନ୍ଧରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ଵକ୍ତା ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେବା ଅବସରରେ ଏହା କହିଛନ୍ତି । ଓଡିଶାବାସୀଙ୍କ ମଧ୍ୟରେ ଥିବା ପ୍ରତିଭା ଯୋଗୁଁ ଏହା ସମ୍ଭବ ବୋଲି ସେ କହିଛନ୍ତି ।

ଓଡିଶା ଏକ ଟ୍ରିଲିୟନ ରାଜ୍ୟରେ ପରିଣତ ହୋଇପାରିବ: କେନ୍ଦ୍ର ରେଳମନ୍ତ୍ରୀ

ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ସହିତ ଉନ୍ନତ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଏବଂ ଲକ୍ଷ ବାବଦରେ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଅବଗତ କରାଇଥିଲେ । ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଉପସ୍ଥିତ ବୁଦ୍ଧିଜୀବୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଏଥିସହ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ନୟନ ମହାନ୍ତିଙ୍କ ସହ ବହୁ ବୁଦ୍ଧିଜୀବୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 6, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.