ETV Bharat / city

ଓଡିଶା ପୋଲିସର SI ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦିନରେ ୨୮୩୧ ଆବେଦନ - ଓଡିଶା ପୋଲିସ ନିଯୁକ୍ତି ବୋର୍ଡ

ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ପୋଲିସର ସଵ-ଇନସପେକ୍ଟର (SI) ପଦବୀ ପାଇଁ ଆବେଦନ ପ୍ରକ୍ରିୟା। ଅନଲାଇନ ମାଧ୍ୟମରେ ଆବେଦନ କରୁଛନ୍ତି ଆଶାୟୀ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଓଡିଶା ପୋଲିସର SI ପଦବୀ ପାଇଁ ଆବେଦନ ପ୍ରକ୍ରିୟା, ପ୍ରଥମ ଦିନରେ ୨୮୩୧ ଆବେଦନ

author img

By

Published : Jun 22, 2021, 4:25 PM IST

Updated : Jun 22, 2021, 6:12 PM IST

କଟକ : ଆଜି ଠାରୁ ଆରମ୍ଭ ହୋଇଛି ଓଡିଶା ପୋଲିସର ସଵ-ଇନସପେକ୍ଟର (SI) ପଦବୀ ପାଇଁ ଆବେଦନ ପ୍ରକ୍ରିୟା। ଅନଲାଇନରେ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୪୭୭ଟି SI ପଦବୀ ପାଇଁ ଆଜି ୨୮୩୧ ଜଣ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ଜାରି ରହିବ ।

ଓଡିଶା ପୋଲିସର SI ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦିନରେ ୨୮୩୧ ଆବେଦନ

ଓଡ଼ିଶା ପୋଲିସରେ ଏସଆଇ ପାଇଁ 447 ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ। ଆଶାୟୀ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ । ଆଜି ଅର୍ଥାତ 22 ଜୁନରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ 15 ଜୁଲାଇରେ ଶେଷ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ । ତେବେ ଏସଆଇ ନିଯୁକ୍ତି ଦେବାରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ । ତେବେ ଗତ 12 ଘଣ୍ଟା ମଧ୍ୟରେ ଅନଲାଇନ ମାଧ୍ୟମରେ 2831 ଜଣ ଆବେଦନ କରିଥିବାବେଳେ ଏବେ ସୁଦ୍ଧା 772 ଜଣଙ୍କ ଆବେଦନ ଦାଖଲ ହୋଇଛି । ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ ଟେଷ୍ଟ କରାଯିବ। ଏହି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ସହ ସମୟ ସୀମା ମଧ୍ୟରେ ଏହି ପରୀକ୍ଷା ଶେଷ କରାଯିବ ବୋଲି ସେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 22, 2021, 6:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.