ETV Bharat / city

ଆଠଗଡ଼ ATM ଭ୍ୟାନ ଲୁଟ ଘଟଣା, ଆଉ ୩ ଅଭିଯୁକ୍ତ ଗିରଫ - ଷ୍ଟେଟ୍‌ ବ୍ୟାଙ୍କ

ଆଠଗଡରୁ ସିଏମଏସ ସଂସ୍ଥାର ଏଟିଏମ ଭ୍ୟାନ ଲୁଟ ଘଟଣାରେ ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଆଠଗଡ଼ ଏଟିଏମ ଭ୍ୟାନ ଲୁଟ ଘଟଣା , ଆଉ ୩ ଅଭିଯୁକ୍ତ ଗିରଫ

author img

By

Published : Oct 21, 2021, 9:46 AM IST

କଟକ: ଆଠଗଡରୁ ସିଏମଏସ ସଂସ୍ଥାର ଏଟିଏମ ଭ୍ୟାନ ଲୁଟ ଘଟଣା । ଏହି ମାମଲାରେ ଆହୁରି ତିନିଜଣକୁ ଗିରଫ କଲା ଆଠଗଡ ପୋଲିସ । ତେବେ ଲୁଟ ପାଇଁ ଭୁବନେଶ୍ବର ନନ୍ଦନବିହାରରେ ଥିବା ସାଇ ରେସିଡେନ୍ସି ନାମକ ଓୟୋ ହୋଟେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଲୁଟେରା । ଏହି ଘଟଣାରେ ପ୍ରଥମେ ୩ ଜଣ ଗିରଫ ହୋଇଥିବା ବେଳେ ଗତକାଲି ଅନ୍ୟ ୩ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ସେମାନଙ୍କ ନିକଟରୁ ୩ଟି ମୋବାଇଲ, ଗୋଟିଏ କାର , ଗୋଟିଏ ବାଇକ ମଧ୍ୟ ଜବତ କରିଛି ପୋଲିସ ।

ଆଠଗଡ଼ ଏଟିଏମ ଭ୍ୟାନ ଲୁଟ ଘଟଣା , ଆଉ ୩ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରୁ ୨ ଜଣ ବୌଦ୍ଧ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ବରର ସେହି ହୋଟେଲ ମାଲିକ ଥିବା ଜଣାପଡିଛି । ଲୁଟ ଘଟଣା ଦିନ ୬ଜଣରୁ ଅଧିକ ଥିବା ଏହି ଗ୍ୟାଙ୍ଗ୍ ୩ଟି ଟିମ୍ ରେ ବିଭକ୍ତ ହୋଇ ଲୁଟ କରିଥିଲେ । ଦୁଇଟି କାର ଓ ଗୋଟିଏ ବାଇକକୁ ବ୍ୟବହାର କରି ଏହି ଲୁଟ କରିଥିଲେ ଲୁଟେରା । ପ୍ରଥମେ ଲୁଟରେ ବ୍ୟବହୃତ ହୋଇଥିବା କାରଟି ସେପ୍ଟେମ୍ବର ୨୪ ତାରିଖରେ ଲୁଟ କରିଥିଲେ । ଏହି ଲୁଟେରା ମାନେ ଅନେକ ଅପରାଧୀକ କେସରେ ସଂପୃକ୍ତି ଥିବା ସହ କିଛି ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବା କହିଛି । ଏମାନେ ବ୍ୟାଙ୍କ , ଏଟିଏମ୍ ଗାଡି ଭଳି ବଡବଡ ଲୁଟ କରିବା ପାଇଁ ଯୋଜନା ଚଳାଉଥିବା ଆଠଗଡ ଥାନାଧିକାରୀ ଶୁଭ୍ରାଂଶୁ ପରିଡା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଚଳିତ ମାସ ୧୧ ତାରିଖରେ ଆଠଗଡ଼ ଷ୍ଟେଟ୍‌ ବ୍ୟାଙ୍କରୁ ସିଏମଏସ ଏଟିଏମ୍‌ ଟଙ୍କା ଭ୍ୟାନ ଲୋଡ ହୋଇ ତିଗିରିଆ ଅଭିମୁଖେ ଯାଉଥିଲା । ଏହି ସମୟରେ ଖୁଣ୍ଟକଟା ଆଙ୍କୁଲା ଛକ ନିକଟରେ ବନ୍ଧୁକ ଓ ଭୁଜାଲି ଦେଖାଇ ଏହି ଭ୍ୟାନ୍‌କୁ ଲୁଟ କରିଥିଲେ ଦୁର୍ବୃତ୍ତ । ଏହାପରେ ଢେଙ୍କାନାଳ ଶଙ୍କରପୁର ହରିଜନ ସାହି ନିକଟରେ ଏଟିଏମ୍‌ ଭ୍ୟାନ୍‌ ଛାଡ଼ି ଟଙ୍କା ନେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । କଟକ ଓ ଢେଙ୍କାନାଳର ସବୁ ଚେକ୍‌ ପୋଷ୍ଟରେ ନାକାବନ୍ଦି କରିଥିଲେ ଉଭୟ ପୋଲିସ । ଫଳରେ ଗିରଫ ହୋଇଥିଲେ ୩ ଏଟିଏମ ଲୁଟେରା । ସେବେଠୁ ପୋଲିସ ଅଧିକ ତଦନ୍ତ ଜାରି ରଖି ଅନ୍ୟ ୩ ଜଣଙ୍କୁ ଗତକାଲି ଗିରଫ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.