ETV Bharat / city

ବିଭିନ୍ନ ଦାବି ନେଇ ପୋଲିସ ମୁଖ୍ୟାଳୟ ଘେରିଲେ ଶତାଧିକ ଏଏନଏମ କର୍ମୀ - ଏଏନଏମ କର୍ମୀଙ୍କ ବିକ୍ଷୋଭ କଟକ

ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଏଏନଏମ କର୍ମୀଙ୍କ ବିକ୍ଷୋଭ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦରମା ମିଳିନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବିଭିନ୍ନ ଦାବିନେଇ ପୋଲିସ ମୁଖ୍ୟାଳୟ ଘେରିଲେ ଶତାଧିକ ଏଏନଏମ କର୍ମୀ

author img

By

Published : Jan 20, 2021, 7:15 PM IST

କଟକ: ବିଭିନ୍ନ ଦାବିନେଇ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏଏନଏମ କର୍ମୀ । କୋରୋନା ସମୟରେ କର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବାପରେ ବର୍ତ୍ତମାନ କାର୍ଯ୍ୟରୁ ଅବ୍ୟାହତ କରିଥିବାରୁ ଏହାକୁ ବିରୋଧ କରିଛନ୍ତି ଶତାଧିକ କର୍ମୀ । ସେହିପରି କର୍ମୀମାନଙ୍କୁ ତାଙ୍କ ଉଚିତ୍ ପ୍ରାପ୍ୟ ମିଳିନଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେମାନେ ।

not ready

ତେବେ କରୋନା ଯୋଦ୍ଧା ସାଜିଥିବା ଏହି ଏଏନଏମ କର୍ମୀଙ୍କୁ ଦରମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ସେମାନଙ୍କ ନାଁରେ ପୋଷାକ ସଫେଇ, ପୋଷାକ, ଫୋନ ଖର୍ଚ୍ଚ ଆଦି କେନ୍ଦ୍ରରୁ ଆସିଥିଲା । ସମସ୍ତ ଏଏନଏମ କର୍ମୀମାନେ ତାହାକୁ ପାଇବା ପାଇଁ ୟୁସି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମୀମାନଙ୍କୁ ତାହା ପ୍ରଦାନ କରାଯାଇନହାଇଁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁ ହଡପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଏଏନଏମ କର୍ମୀ ।

ଏବେ ପର୍ଯ୍ୟନ୍ତ ମଧ୍ୟ ସରକାର ଅନେକ ଏଏନଏମ କର୍ମୀଙ୍କ ଦରମା ବାକି ରଖିଛନ୍ତି । ଏପରିକି କରୋନା ସମୟରେ ଏଏନଏମ କର୍ମୀମାନଙ୍କୁ ନିଯୁକ୍ତି ଦେବାପାଇଁ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରାଯାଇଥିଲା । କର୍ମୀଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଏଏନଏମ । ଏନେଇ କର୍ମୀଙ୍କ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.