ETV Bharat / city

ସାବଧାନ ! ବେକେରୀ ଆଇଟମରେ ମିଶୁଛି ପଚା ଅଣ୍ଡା

author img

By

Published : Oct 6, 2021, 11:59 AM IST

କିଛିଦିନ ହେବ ବେକେରୀ ଆଇଟମରେ ଅପମିଶ୍ରଣ ଅଭିଯୋଗ ପରେ ଚଢାଉ କରିଛି କଟକ ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ । ୧୦ ପେଟି ପଚାଅଣ୍ଡା ଜବତ, ବିଭାଗର ତଦନ୍ତ ଜାରି । ଅଧିକ ପଢନ୍ତୁ...

ସାବଧାନ ! ବେକେରି ଆଇଟମରେ ମିଶୁଛି ପଚା ଅଣ୍ଡା
ସାବଧାନ ! ବେକେରି ଆଇଟମରେ ମିଶୁଛି ପଚା ଅଣ୍ଡା

କଟକ: ଅଧିକ ବେକେରୀ ଆଇଟମ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! କାରଣ ସେଥିରେ ମିଶୁଛି ପଚା ଅଣ୍ଡା । ଆଜି ଏଭଳି ଦୃଶ୍ୟ ଆସିଛି ସିଲଭରସିଟି କଟକରୁ । ଗୋଟିଏ ଅଟୋରେ 10 କାଟୁନ ପଚା ଅଣ୍ଡା ଶାଆନ୍ତସାହି ଅଞ୍ଚଳକୁ ଯାଉଥିବା ବେଳେ ଚଢାଉ କରିଛନ୍ତି ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ।

ସାବଧାନ ! ବେକେରି ଆଇଟମରେ ମିଶୁଛି ପଚା ଅଣ୍ଡା

ଘଟଣାସ୍ଥଳରେ ଅଣ୍ଡାର ମାନ ଯାଞ୍ଚ ପରେ ଏହା ସମ୍ପୂର୍ଣ୍ଣ ରୂପେ ଖାଦ୍ୟ ଅନୁପଯୋଗୀ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଘଟଣାର ସମ୍ପୃକ୍ତ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି । ଏହି ଅଣ୍ଡା ଆଠଗଡ଼, ଚୌଦ୍ଵାର ଅଞ୍ଚଳରୁ ଆସୁଥିବା ନେଇ ସ୍ପଷ୍ଟ କରିଛି ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ।

ସିଏମସି ଗତ କିଛି ଦିନ ପୂର୍ବରୁ ଶିଖରପୁର ଅଞ୍ଚଳରୁ 3 ରୁ 4 ବେକେରି କାରଖନା ଉପରେ ଚଢ଼ାଉ କରିଥିଲା । ସେଠାରେ ନିମ୍ନମାନର ଆଇଟମ ତିଆରି ହେଉଥିବା ନେଇ ଅଭିଯୋଗରେ ଉକ୍ତ କାରଖାନାକୁ ସିଲ କରିଥିଲା ନିଗମ । ତେବେ ଏହି ଅଭିଯାନରେ ସକ୍ରିୟ ରହିଛି ସିଏମସି । ଏପରି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି ସିଏମସି ସ୍ୱାସ୍ଥ୍ଯ ନିରୀକ୍ଷକ ଭବାନୀ ଲେଙ୍କା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.