ETV Bharat / city

କଟକରେ ସମସ୍ତ ଟ୍ରେନ ରହୁ, ଦ୍ବିତୀୟ ଷ୍ଟେସନର ବିକାଶ ହେଉ: ସୁବାସ ସିଂ

author img

By

Published : Mar 19, 2021, 1:58 PM IST

ସାଂସଦ ସୁବାସ କହିଛନ୍ତି କଟକ ହେଉଛି ହଜାରେ ବର୍ଷର ସହର । କଟକ ହେଉଛି ଭାଇଚାରାର ସହର । କଟକର ସିଡିଏ ନରାଜ ନିକଟରେ ଦ୍ବିତୀୟ ରେଳ ଷ୍ଟେସନ ଆରମ୍ଭ ହୋଇଛି । ତାହାର ବିକାଶ ହେଉନାହିଁ । କୌଣସି ଟ୍ରେନ ରହୁନାହିଁ। ସେହିପରି କଟକ ରେଳ ଷ୍ଟେସନକୁ 10 ବର୍ଷ ପୂର୍ବେ ଜାତୀୟ ରେଳ ଷ୍ଟେସନର ମାନ୍ୟତା ମିଳିଛି କିନ୍ତୁ ଇଟା ଖଣ୍ଡେ ପଡିନାହିଁ ...

ସୁବାସ ସିଂ
Subhas Singh

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ରାଜ୍ୟର ପୁରୁଣା ଐତିହ୍ୟ ସହର କଟକକୁ ନେଇ ବଡ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସୁବାସ ସିଂ । ସୁବାସ ଓଡିଆ ଭାଷାରେ ରାଜ୍ୟସଭାରେ କଟକକୁ ନେଇ ଦୃଢ ଓ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ।

କଟକରେ ସମସ୍ତ ଟ୍ରେନ ରହୁ; ଦ୍ବିତୀୟ ଷ୍ଟେସନର ବିକାଶ ହେଉ: ସୁବାସ ସିଂ

ସାଂସଦ ସୁବାସ କହିଛନ୍ତି କଟକ ହେଉଛି ହଜାରେ ବର୍ଷର ସହର । କଟକ ହେଉଛି ଭାଇଚାରାର ସହର । ସାରା ଦେଶରେ ଯେତେ ପ୍ଲମ୍ବର କାମ କରୁଛନ୍ତି ସମସ୍ତେ କଟକ ସହ ଅବିଭକ୍ତ କଟକ, ଯାଜପୁର , କେନ୍ଦ୍ରାପଡା ଜଗତସିଂହପୁର ଜିଲ୍ଲାର । ଦିଲ୍ଲୀ ସମେତ ଏପରିକି ପାର୍ଲାମେଣ୍ଟରେ ମଧ୍ୟ କଟକର ପ୍ଲମ୍ବର କାମ କରିଛନ୍ତି । ସେହିପରି ଅନେକ ଶ୍ରମଜୀବି ଦେଶର ବିଭିନ୍ନ ସ୍ଥାନକୁ କଟକ ଦେଇ ଯାଇଥାନ୍ତି ।

କଟକ ହେଉଛି ରାଜ୍ୟର ପୁରୁଣା ରାଜଧାନୀ । ରାଜ୍ୟର ହାଇକୋର୍ଟ ପ୍ରତିଷ୍ଠା ହୋଇଛି କଟକରେ । କଟକରେ ରେଭେନ୍ସା, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଜାତୀୟ ଉର୍ଦ୍ଦୁ ବିଦ୍ୟାଳୟ, ରାଜ୍ୟର ବ୍ୟବସାୟ ହବ ଅଛି । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ଏସସିବି ଅଛି । ରାଜ୍ୟ ସମେତ ରାଜ୍ୟ ବାହାରୁ ପ୍ରତିଦିନ ଅନେକ ରୋଗୀ କଟକ ଆସୁଛନ୍ତି । କିନ୍ତୁ ଓଡିଶା ଦେଇ ବିଭିନ୍ନ ରାଜ୍ୟକୁ ଯାଉଥିବା ଅନେକ ଟ୍ରେନ କଟକରେ ରହୁନାହିଁ । ଏପରିକି ପଶ୍ଚିମ ଓଡିଶା ସହ ଜୋଡୁଥିବା ଭୁବନେଶ୍ବର-ବଲାଙ୍ଗୀର, ଭୁବନେଶ୍ବର- ରାଉରକେଲା, ସମ୍ବଲପୁର-ଭୁବନେଶ୍ବର, ପୁରୀ ସମ୍ବଲପୁର ଇଣ୍ଟରସିଟି ଟ୍ରେନ ମଧ୍ୟ କଟକକୁ ଯାଉନାହିଁ ।

କଟକର ସିଡିଏ ନରାଜ ନିକଟରେ ଦ୍ବିତୀୟ ରେଳ ଷ୍ଟେସନ ଆରମ୍ଭ ହୋଇଛି । ତାହାର ବିକାଶ ହେଉନାହିଁ । କୌଣସି ଟ୍ରେନ ରହୁନାହିଁ। ସେହିପରି କଟକ ରେଳ ଷ୍ଟେସନକୁ 10 ବର୍ଷ ପୂର୍ବେ ଜାତୀୟ ରେଳ ଷ୍ଟେସନର ମାନ୍ୟତା ମିଳିଛି କିନ୍ତୁ ବିକାଶ ଶୂନ । ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟେସନର ବିକାଶ ପାଇଁ ଇଟା ଖଣ୍ଡେ ମଧ୍ୟ ପଡିନାହିଁ । କିନ୍ତୁ ସେହି ରେଳ ଷ୍ଟେସନରେ ଇଟା ଖଣ୍ଡେ ମଧ୍ୟ ପଡିନାହିଁ ।

ତେଣୁ କଟକ ରେଳଷ୍ଟେସନର ବିକାଶ କରାଯାଉ । ଦ୍ବିତୀୟ ରେଳଷ୍ଟେସନ କାମ ହେଉ। ସମସ୍ତ ଟ୍ରେନ କଟକରେ ରହଣୀ କରୁ ବୋଲି ସୁବାସ ରାଜ୍ୟସଭାରେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.