ETV Bharat / city

ପ୍ରସିଦ୍ଧ ବିଦ୍ୟାଧରପୁର କାଳୀ ପୂଜା: 8 ଦିନ ପରେ ସାନ-ବଡ କାଳୀଙ୍କ ଭସାଣି ଉତ୍ସବ

author img

By

Published : Nov 13, 2021, 4:02 PM IST

କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ପାଳିତ ହୋଇଛି ମା'ଙ୍କ ପୂଜା । ୭ ଦିନ ପୂଜା ମଣ୍ଡପରେ ମା' ପୂଜା ପାଇବା ପରେ ଦିଆଯାଇଛି ମେଲାଣି । ଅଧିକ ପଢନ୍ତୁ...

ମଣ୍ଡପରେ ପୂଜାପାଇବା ପରେ ମେଲାଣି ନେଲେ ମା'
ମଣ୍ଡପରେ ପୂଜାପାଇବା ପରେ ମେଲାଣି ନେଲେ ମା'

କଟକ: କୋଭିଡ୍ କଟକଣା ମଧ୍ୟରେ ଶେଷ ହେଲା କଟକ ପୂର୍ବାଞ୍ଚଳର ପ୍ରସିଦ୍ଧ ବିଦ୍ୟାରଧରପୁରର ମା' କାଳୀଙ୍କ ଭସାଣି ପର୍ବ । ତେବେ ମଣ୍ଡପରେ ମା' ୮ ଦିନ ରହିବା ପରେ ସ୍ଥାନୀୟ ବାସିନ୍ଦାଙ୍କଠୁ ବିଦାୟ ନେଇଛନ୍ତି ଦୁଇ ଭଉଣୀ ମା' ସାନ ଏବଂ ବଡ କାଳୀ । ଏନେଇ ପ୍ରତ୍ୟୁଷରୁ ପୂଜା କମିଟି ପକ୍ଷରୁ ୩ ଚକିଆ ଯାନ ସାହାଯ୍ୟରେ ଦୁଇ କାଳୀଙ୍କୁ ମେଲାଣି ଦେଇଛନ୍ତି । ଏଥିସହିତ ଅଞ୍ଚଳର ୨୮ ଗୋଟି ସାହି ମଧ୍ୟରୁ ୨୪ଟି ସାହିର ମେଢ ଭସାଣି ଶୋଭାଯାତ୍ରାରେ ସାମିଲ୍ ହୋଇ ତାଳଦଣ୍ଡା କେନାଲ୍ ନିକଟ ଏକ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି । ତେବେ ଚାରିଆଡେ କାଳୀପୂଜା ଶେଷ ହୋଇଥିବାବେଳେ ଏଠାକାର କାଳୀ ୭ ଦିନ ରହିବା ପରେ ବି ବିସର୍ଜିତ ହେଉଥିବା ନେଇ ବିଧି ରହିଛି ।

ମଣ୍ଡପରେ ପୂଜାପାଇବା ପରେ ମେଲାଣି ନେଲେ ମା'

ସେପଟେ ମା' କାଳୀଙ୍କ ସହ ୨୮ ଗୋଟି ସାହିର ହରପାର୍ବତୀ, ଶ୍ରୀ ଚୈତନ୍ୟ, କାଳୀୟଦଳନ, କାର୍ତ୍ତିକେଶ୍ବରଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଆଉ ଏହି ପୂଜା ଅଁଳା ନବମୀ ଦିନ ମେଳଣ ଅନୁଷ୍ଠିତ ହୋଇ ଅନ୍ୟ ଦେବାଦେବୀ ନିଜ ମଣ୍ଡପରୁ ନିଆଯାଇ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ମେଢଗୁଡିକ ଶୋଭାଯାତ୍ରାରେ ସାହି ପରିକ୍ରମା କରୁଥିବା ନେଇ ବିଦ୍ୟାଧରପୁର ପୂଜା କମିଟିର ସଭାପତି ସୂଚନା ଦେଇଛନ୍ତି ।

ସେପଟେ ମା' ଦଶମୀ ଦିନ ମେଲାଣିରେ ବାହାରିବା ସହ ଭକ୍ତମାନେ ତାଙ୍କୁ କାନ୍ଧେଇ କାନ୍ଧେଇ ନେଇ ବିସର୍ଜନ କରିଥାନ୍ତି । ତେବେ ଏହି ଅବସରରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ରାସ୍ତାରେ ଶାଢୀ ଏବଂ ନଡିଆ ପକାଇଥାନ୍ତି । ଆଉ ମା'ଙ୍କ କେଶ, ପାଦୂକା ରଖି ପୂଜା କଲେ ବହୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ପାଖାପାଖି ୬୦୦ ବର୍ଷ ତଳୁ ଏହି ପୂଜା ହୋଇ ଆସୁଥିବା ବେଳେ ବିଦ୍ୟାଧରପୁର ଏହି କାଳୀ ଭସାଣିକୁ ଦେଖିବା ଲାଗି ପ୍ରତ୍ୟେକ ବର୍ଷ ବିପୁଳ ଜନସମାଗମ ହୋଇଥାଏ । ହେଲେ କୋଭିଡ୍ ପାଇଁ ଚଳିତବର୍ଷ ଏସବୁ ବନ୍ଦ ରହିଥିବା ଜଣାପଡିଛି । ଏନେଇ ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପେଲିସ ଫୋର୍ସ ମୁତୟନ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.