ETV Bharat / city

ଦେବୀଗଡାରେ ଉଠା ବେପାରୀଙ୍କ ଦୁଃଖ, ବର୍ଷା ପାଇଁ ବ୍ୟବସାୟ ମାନ୍ଦା - କଟକ ଖବର

ସିଲଭର ସିଟିରେ ଦଶହରା ପରେ ଦେବୀଗଡାରେ ଜମିଥାଏ ଉଠା ବେପାରୀଙ୍କ ବେପାର। କିନ୍ତୁ ଚଳିତ ବର୍ଷ ଭସାଣି ଠୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀ ମାନେ ଏକପ୍ରକାର ନିରାଶ ହୋଇ ଯାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Oct 11, 2019, 6:00 PM IST

କଟକ: ସରିଗଲା ଦଶହରା । ସିଲଭରସିଟିରୁ କମିଗଲା ଭିଡ଼ । କିଏ କୁଆଡେ ଚାଲିଗଲେ କିନ୍ତୁ ଦେବୀ ଗଡ଼ାରେ ଟିକେ ରୋଜଗାର ପାଇଁ ଏଯାବତ ବସି ରହିଛନ୍ତି ଉଠା ବ୍ୟବସାୟୀ । ମଣିଷର ଦୈନନ୍ଦିନ ଜୀବନରେ ବ୍ୟବହାର ଉପଯୋଗୀ ଜିନିଷ ବିକ୍ରି କରିବା ଆଶାରେ ଦେବୀ ଗଡ଼ା ନିକଟରେ ରହିଛନ୍ତି ଏହି ବ୍ୟବସାୟୀ । ହେଲେ ବର୍ଷା ଯୋଗୁଁ ବେପାର ମାନ୍ଦା ପଡିଥିବା ସୂଚନା ଦେଇଛନ୍ତି ଅନେକ ବ୍ୟବସାୟୀ ।

ଦେବୀଗଡାରେ ଉଠା ବେପାରୀଙ୍କ ଦୁଃଖ

ଦେବୀ ଦୁର୍ଗାଙ୍କ ଆଗମନରେ ଆସିଥାନ୍ତି ଏହି ଉଠା ବ୍ୟବସାୟୀ । ଷଷ୍ଠୀ ପୂଜାଠୁ ଏମାନେ ବ୍ୟବସାୟ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ଛୁଞ୍ଚୀ ଠୁ ଶାବଳ ପର୍ଯ୍ୟନ୍ତ ସବୁ ଘରକରଣା ଜିନିଷ ସୁଲଭ ମୂଲ୍ୟରେ ମିଳିଥାଏ । କିନ୍ତୁ ଭସାଣି ଠୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀ ମାନେ ଏକପ୍ରକାର ନିରାଶ ହୋଇ ଯାଇଛନ୍ତି । କାରଣ ଭସାଣି ଦିନ ଓ ପରଦିନ ହିଁ ବେପାରର ପ୍ରକୃତ ସମୟ ରହିଥାଏ । ଯେଉଁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ହେଲେ ବର୍ଷା କାରଣରୁ ଉଠା ବ୍ୟବସାୟୀ ମାନେ ନିରାଶ ହୋଇ ସେହି ଦେବୀ ଗଡ଼ାରେ ଚାହିଁ ରହିଛନ୍ତି ତାଙ୍କ ଗ୍ରାହକଙ୍କୁ ।

ଅନ୍ୟପଟେ ଗ୍ରାହକ କମିବାରୁ ଜିନିଷର ଦାମ କମ ରହୁଛି । ଯେଉଁ କେତୋଟି ଗ୍ରାହକ ଆସୁଛନ୍ତି ବିନା ମୂଲଚାଲରେ ଜିନିଷ କିଣି ନେଉଛନ୍ତି। କାରଣ କେଉଁ ସମୟରେ ବି ବର୍ଷା ଆସିବାର ସମ୍ଭାବନା ରହୁଛି । ତେବେ ପ୍ରତିବର୍ଷ ଏହି ଉଠା ବ୍ୟବସାୟୀ ସେମାନଙ୍କ ବେପାର ଦେବୀ ଗଡ଼ାଠାରେ ଜମାଇଥାନ୍ତି । ମନରେ ଥାଏ କିଛି ଉପାର୍ଜନ କରି ଘରକୁ ଫେରିବି ହେଲେ ଚଳିତବର୍ଷ ଯେଉଁ ପାଗ ରହିଛି ତାହା ବ୍ୟବସାୟୀଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରିଗଲା ଦଶହରା । ସିଲଭରସିଟି ରୁ କମିଗଲା ଭିଡ଼ । ଯିଏ ଯେଉଁଠୁ ଆସିଥିଲେ କିଏ କୁଆଡେ ଚାଲିଗଲେ । କିନ୍ତୁ ଦେବୀ ଗଡ଼ା ରେ ଟିକେ ରୋଜଗାର ପାଇଁ ଏଯାବତ ବସି ରହିଛନ୍ତି ଉଠା ବ୍ୟବସାୟୀ । ମଣିଷ ର ଦୈନନ୍ଦିନ ଜୀବନ ରେ ବ୍ୟବହାର ଉପଯୋଗୀ ଜିନିଷ ବିକ୍ରି କରିବା ଆଶା ରେ ଦେବୀ ଗଡ଼ା ନିକଟରେ ରହିଛନ୍ତି ଏମାନେ । ହେଲେ ବର୍ଷା ଯୋଗୁଁ ହୋଇ ପାରୁନି ବେପାର ଯାହାକୁ ନେଇ ବ୍ୟବସାୟ ମାନ୍ଦା ପଡିଥିବା ସୂଚନା ଦେଇଛନ୍ତି ଅନେକ ବ୍ୟବସାୟି ।

Body:ଭିଓ୧: ଦେବୀ ଦୁର୍ଗା ଙ୍କ ଆଗମନ ରେ ଆସିଥନ୍ତି ଏହି ଉଠା ବ୍ୟବସାୟୀ । ଷଷ୍ଠୀ ପୂଜା ଠୁ ଏମାନେ ବ୍ୟବସାୟ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ଛୁଞ୍ଚୀ ଠୁ ଶାବଳ ପର୍ଯ୍ୟନ୍ତ ସବୁ ଘରକରଣା ଜିନିଷ ସୁଲଭ ମୂଲ୍ୟ ରେ ମିଳିଥାଏ ଏଠାରେ । କିନ୍ତୁ ଭସାଣି ଠୁ ଝିପି ଝିପି ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀ ମାନେ ଏକପ୍ରକାର ନିରାଶ ହୋଇ ଯାଇଛନ୍ତି । କାରଣ ଭଷାଣି ଦିନ ଓ ପରଦିନ ହିଁ ବେପାର ର ପ୍ରକୃତ ସମୟ ରହିଥାଏ । ଯେଉଁ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥାଏ । ହେଲେ ବର୍ଷା କାରଣ ରୁ ଉଠା ବ୍ୟବସାୟୀ ମାନେ ନିରାଶ ହୋଇ ସେହି ଦେବୀ ଗଡ଼ା ରେ ଚାହିଁ ରହିଛନ୍ତି ।

ବାଇଟ: ବ୍ୟବସାୟୀ
ବାଇଟ: ବ୍ୟବସାୟୀ

ଭିଓ୨: ଅନ୍ୟପଟେ ଗ୍ରାହକ କମିବାରୁ ଜିନିଷର ଦାମ କମ ରହୁଛି । ଯେଉଁ କେତୋଟି ଗ୍ରାହକ ଆସୁଛନ୍ତି ବିନା ମୂଲଚାଲ ରେ ଜିନିଷ କିଣି ନେଉଛନ୍ତି । କାରଣ କେଉଁ ସମୟରେ ବି ବର୍ଷା ଆସିବାର ସମ୍ଭାବନା ରହୁଛି । ସବୁ ଗ୍ରାହକ ଙ୍କ ମନରେ ସେହି ଗୋଟିଏ କଥା ବଜାର ଭଲ ଚାଲିଛି । କିନ୍ତୁ ପ୍ରକୃତ ସତ୍ୟ କଣ ତାହା ସେହି ବ୍ୟବସାୟୀ ହିଁ ଜାଣିଛି ।

ବାଇଟ: ଗ୍ରାହକ
ବାଇଟ: ଗ୍ରାହକ

Conclusion:ଫାଭିଓ: ତେବେ ପ୍ରତିବର୍ଷ ଏହି ଉଠା ବ୍ୟବସାୟୀ ସେମାନଙ୍କ ବେପାର ଦେବୀ ଗଡ଼ା ଠାରେ ଜମାଇଥାନ୍ତି । ମନରେ ଥାଏ କିଛି ଉପାର୍ଜନ କରି ଘରକୁ ଫେରିବି ହେଲେ ଚଳିତବର୍ଷ ଯେଉଁ ପାଗ ରହିଛି ତାହା ବ୍ୟବସାୟୀଙ୍କ ଦୁଃଖ କୁ ଦ୍ୱିଗୁଣିତ କରୁଛି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.