ETV Bharat / city

ଭାରିଯାନ ଯାତାୟତକୁ ନେଇ ପ୍ରତିବାଦ: ମିଳିଲା ପ୍ରତିଶୃତି, ହଟିଲା ରାସ୍ତାରୋକ

author img

By

Published : Jul 17, 2022, 10:16 AM IST

ସ୍ଥାନୀୟ ଲୋକଙ୍କ ଦାବିକୁ ମାନିଲା ପ୍ରଶାସନ । ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ଭାରିଯାନ ପାଇଁ ରାସ୍ତା ଅବସ୍ଥା ବେହାଲ:ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ

ନିଆଳି: କଟକ ଜିଲ୍ଲା କଣ୍ଟାପଡ଼ା, ବାରଙ୍ଗ ଓ କଟକ ସଦର ବ୍ଲକର ସଂଲଗ୍ନ ରାସ୍ତା ଝାରପଡ଼ା ଠାରୁ ଗୋବିନ୍ଦପୁର କାକଟପୁର ବ୍ରାଞ୍ଚ କେନାଲ ଦେଇ ପ୍ରତାପ ନଗରୀକୁ ସଂଯୋଗ କରୁଥିବା ରାସ୍ତାରେ ଭାରିଯାନ ଯାତାୟତକୁ ବିରୋଧ କରି ଗତକାଲି (ଶନିବାର)ସୁନ୍ଦରପୁର ଠାରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ ।

ଖବରଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା, ବାରଙ୍ଗ ଓ କଟକ ସଦର ବ୍ଲକର ସଂଲଗ୍ନ ରାସ୍ତା ଝାରପଡ଼ା ଠାରୁ ଗୋବିନ୍ଦପୁର କାକଟପୁର ବ୍ରାଞ୍ଚ କେନାଲ ଦେଇ ପ୍ରତାପ ନଗରୀକୁ ଏହି ରାସ୍ତା ସଂଯୋଗ କରିଛି । କଟକ ଯାତାୟାତ ପାଇଁ ଏହି ରାସ୍ତା ସ୍ଥାନୀୟ ଲେକଙ୍କ ପାଇଁ ଉପଯୁକ୍ତ ରହିଛି । ତେବେ ଏହି ରାସ୍ତାରେ ଆବଶ୍ୟକତା ଠାରୁ ଅଧିକ ଓଜନର ଭାରି ଯାନ ଯାତାୟାତ ଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି।‌ ଏନେଇ ଗତକାଲି(ଶନିବାର) ସ୍ଥାନୀୟ ଲୋକେ ବର୍ଷାରେ ଭିଜି ରାସ୍ତା ନିର୍ମାଣ ଓ ଭାରିଯାନ ବନ୍ଦ କରିବା ଦାବିରେ ସିରୋ ସୁନ୍ଦରପୁର ଠାରେ ପ୍ରତିବାଦ କରିଥିଲେ ।

ଖବରପାଇ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଗୋବିନ୍ଦପୁର ଓ ପ୍ରତାପନଗରୀ ରାସ୍ତାରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କୌଣସି ଭାରି ଯାନ ଯାତାୟାତ କରିବ ନାହିଁ ଏବଂ ରବିବାର ଠାରୁ ରାସ୍ତା ମରାମତି କାର୍ଯ୍ୟ ହେବ ବୋଲି ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।

ସୂଚନାଅନୁସାରେ, ଏହି ରାସ୍ତାଟି କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ୧୭ କିଲୋମିଟର ଲମ୍ବ ରାସ୍ତା ହୋଇଥିଲା ବେଳେ ଗୋବିନ୍ଦପୁର ଠାରୁ ଖଲର୍ଦ୍ଦା ପର୍ଯ୍ୟନ୍ତ ୧୦ କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି ।‌ ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କୁ ଏନେଇ ବାରମ୍ବାର ଜଣାଇଥିଲେ । ହେଲେ କୌଣସି ସମାଧାନ କରିପାରି ନଥିଲେ ଅଧିକାରୀ । ଫଳରେ ଶନିବାର ସ୍ଥାନୀୟ ଲୋକେ ବର୍ଷାରେ ଭିଜି ରାସ୍ତା ନିର୍ମାଣ ଓ ଭାରିଯାନ ବନ୍ଦ କରିବା ଦାବିରେ ସିରୋ ସୁନ୍ଦରପୁର ଠାରେ ପ୍ରତିବାଦ କରିଥିଲେ ।

ନିଆଳି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.