ETV Bharat / city

ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ ! - ରଥଯାତ୍ରା ପାଇଁ ରିଭ୍ୟୁ ପିଟିସନ

ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ କୌଣସି ବି ରାସ୍ତା ଥିଲେ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ଆବେଦନକାରୀ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ । ଅଧକ ପଢନ୍ତୁ...

ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ!
ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ!
author img

By

Published : Jun 18, 2020, 3:16 PM IST

କଟକ: ପୁରୀ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଚଳିତବର୍ଷ ରଥ ନ ଗଡିବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି । ଏଭଳି ସ୍ଥିତିରେ ନିର୍ଦ୍ଦେଶ ମିଳିଲେ ବିଚାର କରି ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।

ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ!

ସୁପ୍ରିମକୋର୍ଟ କେଉଁ ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶ ଆସିବା ପରେ ଏହା ସ୍ପଷ୍ଟ ହେବ । ତେବେ ନିର୍ଦ୍ଦେଶକୁ ତର୍ଜମା କରି ଯଦି କିଛି ରାସ୍ତା ଥାଏ, ତେବେ ଏହି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି ଆବେଦନକାରୀ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ହାତରେ ଆଉ ମାତ୍ର ଗୋଟିଏ ଦିନ ସମୟ ଥିବାରୁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଭୁତି । ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ଏହା ଅନେକ ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀଙ୍କ ପ୍ରତି ଭାବାବେଗକୁ ଆଘାତ ପହଞ୍ଚାଇଛି । ଏଭଳି ସ୍ଥିତିରେ କୋର୍ଟ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.