କଟକ: ବିନା ନୋଟିସରେ ବସ୍ତି ଉଚ୍ଛେଦକୁ ବିରୋଧ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଏହାକୁ ବିରୋଧ କରି ଆଜି ସିଏମସି କାର୍ଯ୍ୟଳୟ ଆଗରେ ପ୍ରତିବାଦ କରିଛି ଏହି ସଂଗଠନ। ଏହି ଅବସରରେ ମିଳିତ ମଞ୍ଚର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସିଏମସି ଅଫିସ ନିକଟରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ ।
ତେବେ ବସ୍ତି ବାସିନ୍ଦାଙ୍କ ପାଇଁ ଯେଉଁ ଆଇନ ରହିଛି ତାହାକୁ ପାଳନ କରାଯାଉ ନଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି । ଏହି ଆଇନ ଅନୁଯାୟୀ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।
ବିନା ନୋଟିସରେ ବସ୍ତି ଉଚ୍ଛେଦ ହେବାରୁ ଅନେକ ବସ୍ତି ବାସିନ୍ଦା ଖୋଲା ଆକାଶ ତଳେ ଜୀବନ ବିତାଉ ଥିବା ଅଭିଯୋଗ ହୋଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ