ETV Bharat / city

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ପ୍ରତିକ୍ରିୟା ରଖିଲେ କଟକ ଡିସିପି

ସେଲିବ୍ରିଟି କପଲ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଗତକାଲି ବର୍ଷା କଟକ ପୁରୀଘାଟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

author img

By

Published : May 23, 2022, 10:53 PM IST

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : ପ୍ରତିକ୍ରିୟା ରଖିଲେ କଟକ ଡିସିପି

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ମାମଲା ଦାଏର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ମାମଲା ଦାୟର କରିଛନ୍ତି । ଏତଲାର ଅନୁଧ୍ୟାନ କରାଯାଉଛି ।

ଅନୁଧ୍ୟାନ ପରେ ଆଇନଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି । ବର୍ଷା ପୂର୍ବରୁ ଅନେକ ଏତଲା ଦେଇଛନ୍ତି । ସମସ୍ତ ଘଟଣାର ତର୍ଜମା କରାଯାଉଛି । ସମସ୍ତ ଏତଲା ସମ୍ପର୍କରେ ପୋଲିସ ଅବଗତ ଥିବା କଟକ ଡିସିପି କହିଛନ୍ତି।

ଲଗାତର ୨ ଥର ସୋସିଆଲ ମିଡିଆରେ ଅନୁଭବ ଅଧଘଣ୍ଟା ଓ ଘଣ୍ଟାଏ ଲେଖାଏଁ ଭିଡିଓ ଅପଲୋଡ କରି ବର୍ଷାଙ୍କ ବିଷୟରେ କହିଥିଲେ । ଏହା ଦ୍ୱାରା ବର୍ଷାଙ୍କ ମାନହାନି ହେଉଛି ବୋଲି ବର୍ଷା ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଏତଲାରେ ବର୍ଷା ଲେଖିଥିଲେ କି ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.