କଟକ: ଜିଲ୍ଲାରେ ନକଲି କୋଭିଡ ଔଷଧ କାରବାର ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା । ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା ।
ଗତ 10 ତାରିଖ ଦିନ ନକଲି କୋଭିଡ ଔଷଧ କାରବାରରେ ଧରା ପଡ଼ିଥିଲେ ଶିବ ଜେନା । ଡ୍ରଗ କଣ୍ଟ୍ରୋଲରଙ୍କ ଏତାଲା କ୍ରମେ ଶିବ ଜେନାଙ୍କ ନାଁରେ ମାମଲା ଦାୟର କରିଛି STF । ଗିରଫଦାରୀ ଭୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଶିବ ଜେନା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ