ETV Bharat / city

ମଙ୍ଗଳାବାଗ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ଜେଲ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ

author img

By

Published : May 10, 2022, 3:54 PM IST

Updated : May 11, 2022, 6:45 AM IST

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା
ନାବାଳିକା ଦୁଷ୍କର୍ମ ମାମଲା

କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ । ୨୫ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବକୁ ନିର୍ଦ୍ଦେଶ ଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରଯାଇଛି ।

ନାବାଳିକା ଦୁଷ୍କର୍ମ ମାମଲା

କଟକ ଗହ୍ମାଡ଼ିଆ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ୫ ବର୍ଷର ନାବାଳିକା ୨୦୧୯ ମେ ୧୯ ତାରିଖ ମଧ୍ୟାହ୍ନରେ ଦୁଷ୍କର୍ମର ଶିକାର ହୋଇଥିଲା । ଏହି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ଢେଙ୍କାନାଳ ଭୁବନର ୫୧ ବର୍ଷୀୟ ପତିତ ବେହେରା ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ଭଡ଼ାରେ ରହୁଥିଲା। ଘଟଣା ଦିନ ପିଡ଼ିତାର ବାପା ବାହାରକୁ କାମ କରିବାକୁ ଯାଇଥିବା ବେଳେ ପତିତ ନାବାଳିକାକୁ ଖେଳିବା ବୋଲି ଡାକି ନେଇ ନିଜ ଘରକୁ ନେଇ ଯାଇଥିଲା। ନିଜ ଘର ଭିତରେ ନାବାଳିକାକୁ ଉଲଗ୍ନ କରି ପାଶବିକ ଅତ୍ୟାଚାର କରିଥିଲା । ପୀଡ଼ିତାର ମା' ତାକୁ ନ ପାଇ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ । ଶେଷରେ ପୀଡିତର ଘର ଭିତରୁ ନାବାଳିକା ଝିଅକୁ ଉଦ୍ଧାର କରିଥିଲା ମାଆ । ଝିଅ ଠାରୁ ସବୁ ବିଷୟ ଜାଣିବା ପରେ ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ୧୨ ଜଣ ସାକ୍ଷୀ ଓ ୧୩ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି । ଏହାସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତରେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 11, 2022, 6:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.