କଟକ: ଏସସିବି ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା। ଆଜି(ବୁଧବାର)ତାଳଦଣ୍ଡା କେନାଲ ପାର୍ଶ୍ଵରେ ଥିବା ପଖାପାଖି ବେଇଅନ ଘର ଓ 60 ଦୋକାନକୁ ମାଟିରେ ମିଶାଇ ଦେଇଛି ସିଏମସି ।
କ୍ଷତିପୂରଣ ବାବଦ ଭାଙ୍ଗିଥିବା ଘର ପିଛା 50 ହଜାର ଓ ବେଆଇନ ଦୋକାନ ପାଇଁ ଧାର୍ଯ୍ୟ ଅର୍ଥ ମଧ୍ୟ ପ୍ରଦାନ କରାଯିବ । ତେବେ ଉଚ୍ଛେଦ ହୋଇଥିବା ବାସିନ୍ଦାଙ୍କୁ ବାଲିସାହି ଥଇଥାନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ଖାଇବା ଠୁ ରହିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଓ ସିଏମସି ମଧ୍ୟ ତଦାରଖ କରୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ