ETV Bharat / city

ସୋସିଆଲ ମିଡିଆରେ ପ୍ରେମ ପରେ ବ୍ଲାକମେଲ, ଗୁଜୁରାଟରୁ ଯୁବକ ଗିରଫ - ctc police

ସୋସିଆଲ ମିଡିଆ ପ୍ରେମ, ପରେ ଭିଡିଓ ଭାଇରାଲ କରି ନାବାଳିକାକୁ ବ୍ଲାକମେଲ କରିବା ଅଭିଯୋଗରେ ବନ୍ଧା ହେଲା ଯୁବକ। ଗୁଜୁରାଟରୁ ଗିରଫ କଲା କଟକ ସିଡିଏ ଫେଜ-2 ପୋଲିସ। ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ପ୍ରେମ ଓ ବ୍ଲାକମେଲ, ଯୁବକ ଗିରଫ

author img

By

Published : Oct 31, 2021, 9:55 PM IST

କଟକ: ମହଙ୍ଗା ପଡିଲା ସୋସିଆଲ ମିଡିଆରେ ପ୍ରେମ । ନାବାଳିକାର ଅଶ୍ଳୀଳ ଓ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ବନ୍ଧା ହେଲା ବିହାରର ପ୍ରକାଶ କୁମାର ନାମକ ଜଣେ ଯୁବକ । ଉକ୍ତ ଯୁବକକୁ ଗୁଜୁରାଟରୁ ବାନ୍ଧିଛି କଟକ ସିଡିଏ ଫେଜ-2 ଥାନା ପୋଲିସ।

ସୋସିଆଲ ମିଡିଆରେ ପ୍ରେମ ଓ ବ୍ଲାକମେଲ, ଯୁବକ ଗିରଫ

ଅଭିଯୁକ୍ତ ଯୁବକ ପ୍ରକାଶ ଓ କଟକ ଫେଜ-2 ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ସମ୍ପର୍କ ନିବିଡ ହେବା ପରେ ହ୍ବାଟ୍ସଆପ ଭିଡିଓ କଲରେ ଉଭୟ ନାବାଳିକା ଓ ଯୁବକ କଥାବାର୍ତ୍ତା ହୋଇଥିଲେ । ସେହି ଅନ୍ତରଙ୍ଗ ମହୁର୍ତ୍ତର ରେକର୍ଡ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ନାବାଳିକାର ପରିବାର ଲୋକଙ୍କୁ ଭିଡ଼ିଓ ପଠେଇ ବ୍ଲାକମେଲ କରୁଥିଲା ସମ୍ପୃକ୍ତ ଯୁବକ।

ତେବେ ଗତ ଅଗଷ୍ଟ 21 ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ନାବାଳିକାଙ୍କ ପରିବାର ସଦସ୍ୟ । ଅଭିଯୋଗ ଆଧାରରେ ପୋଲିସର ଏକ ଟିମ ଫୋନ ନମ୍ୱର ଟ୍ରେସ କରି ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଏସିପି ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.