କଟକ: ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟ । ଓଡିଶା ଶିକ୍ଷା କ୍ଷେତ୍ରରେ ଏକ ମାଇଲ ସ୍ତମ୍ଭ । ସେହିପରି ଓଡିଶା କ୍ରୀଡା ଇତିହାସରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ ଓଡିଶାର ଏହି ସର୍ବପୁରାତନ କଲେଜର । ତେବେ ରାଜ୍ୟର କ୍ରୀଡା ଭବିଷ୍ୟତ ପାଇଁ ଏବେ ଆଉ ମୂଳଦୂଆ ପାଇବା ଦିଗରେ ଲକ୍ଷ ରଖିଛ ଏହି ଲାଲ ଅଟାଳିକା ।
ରେଭେନ୍ସାର ଦୁଇଟି କ୍ୟାମ୍ପସ ମଧ୍ୟରୁ କୌଣସି ଏକ କ୍ୟାମ୍ପସରେ ଏକ ଅତ୍ୟାଧୁନିକ କ୍ରୀଡା ଏକାଡେମୀ ନିର୍ମାଣ ହେବା ନେଇ ସୂଚନା ଦେଇଛନ୍ତି କୁଳପତି ଇଶାନ ପାତ୍ର । ତେବେ କଟକ ନରାଜଠାରେ ଏବେ ନିର୍ମାଣଧିନ ରହିଛି ରେଭେନ୍ସାର 2ୟ କ୍ୟାମ୍ପସ । ଏହି ଏକାଡେମୀ ରେଭେନ୍ସାର ଲକ୍ଷ୍ୟ ଓ ଏହାକୁ ନିଶ୍ଚୟ ପୂରଣ କରାଯିବ କୁଳପତି କହିଛନ୍ତି ।
ଏହି କ୍ରୀଡା ଏକାଡେମୀରେ ନିର୍ମାଣ ହେଲେ ଅନେକ ଖେଳାଳିଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବ ରେଭେନ୍ସା । ଏହି କ୍ରୀଡା ଏକାଡେମୀରେ ରହିବ ଆଥଲେଟିକ, ଫୁଟବଲ , ଭଳିବଲ , କ୍ରିକେଟ ହକି ଭଳି ସମସ୍ତ ଖେଳର ସୁବିଧା । ଉନ୍ନତ ମାନର କ୍ରୀଡା ପ୍ରଶିକ୍ଷଣ ସହିତ ରାଜ୍ୟ ଯୁବ ପ୍ରତିଭାମାନଙ୍କୁ ପାଇଁ ଅନେକ ସୁବିଧା ଯୋଗାଇବ । ତେବେ ଏହି ଏକାଡେମୀକୁ ରେଭେନ୍ସାର 2ୟ କ୍ୟାମ୍ପସରେ ନିର୍ମାଣ କରିବାକୁ ଦାବି ପ୍ରକାଶ ହୋଇଛି । ତେବେ ଅପେକ୍ଷା କେବେ କ୍ରୀଡା ଏକାଡେମୀର ହେବ ଭିତ୍ତି ପ୍ରସ୍ଥର ସ୍ଥାପନ ଆଉ କେତେ ଶିଘ୍ର କାମ ଆରମ୍ଭ ହେବ ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ