ETV Bharat / city

ଡିଜିଙ୍କୁ ନ୍ୟାୟ ମାଗିଲେ ଯବାନଙ୍କ ପତ୍ନୀ - protest in dg office

ଛୁଟି ମାଗିବାରୁ ଦରମା ବନ୍ଦ କରିଦେଲେ ଉଚ୍ଚପଦସ୍ଥ ଅଧିକାରୀ । ଏଥିସହିତ ଯବାନଙ୍କ ବିରୋଧରେ ମିଛ ମକଦ୍ଦମା ବି ଲଗାଇ ଦିଆଯାଇଛି । ଏଭଳି ଅଭିଯୋଗ ନେଇ ପୋଲିସ ଡିଜିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ତୃତୀୟ ଓ ଏସଏପି ବାଟାଲିଆନ ଯବାନଙ୍କ ପତ୍ନୀ । ଅଧିକ ପଢ଼ନ୍ତୁ...

ଡିଜିଙ୍କୁ ନ୍ୟାୟ ମାଗିଲେ ଯବାନଙ୍କ ପତ୍ନୀ
ଡିଜିଙ୍କୁ ନ୍ୟାୟ ମାଗିଲେ ଯବାନଙ୍କ ପତ୍ନୀ
author img

By

Published : Mar 1, 2021, 9:04 PM IST

କଟକ: ଛୁଟି ମାଗିବାରୁ ଦରମା ବନ୍ଦ କରିଦେଲେ ଉଚ୍ଚପଦସ୍ଥ ଅଧିକାରୀ। ଏଥିସହିତ ଯବାନଙ୍କ ବିରୋଧରେ ମିଛ ମକଦ୍ଦମା ବି ଲଗାଇ ଦିଆଯାଇଛି । ଏଭଳି ଅଭିଯୋଗ ନେଇ ପୋଲିସ ଡିଜିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ତୃତୀୟ ଓ ଏସଏପି ବାଟାଲିଆନ ଯବାନଙ୍କ ପତ୍ନୀ। ତାଙ୍କ ସ୍ବାମୀ ପ୍ରତି ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି ।

ଡିଜିଙ୍କୁ ନ୍ୟାୟ ମାଗିଲେ ଯବାନଙ୍କ ପତ୍ନୀ

କଟକ ବଡ଼ମ୍ବା ଶଙ୍ଖାମେରୀ ଗ୍ରାମର ବିଜୟ ଚୌଧୁରୀ ୧୪ ବର୍ଷ ହେବ ଓ ଏସ ଏପି ତୃତୀୟ ବାଟାଲିଆନରେ କାର୍ଯ୍ୟରତ ଥିଲେ। କିଛି ଦିନ ପୂର୍ବେ ଜୟଙ୍କ ସ୍ତ୍ରୀ ପ୍ରଭାସିନୀଙ୍କ ଦେହ ଖରାପ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ବାଟାଲିଆନର ଉଚ୍ଚପଦସ୍ତ ଅଧିକାରୀଙ୍କୁ ମାଲକାନଗିରି ଜିଲ୍ଲା ମାଥିଲିରୁ ଗତ ଜାନୁଆରୀ ୨୧ରେ ଅନଲାଇନ ଛୁଟି ଆବେଦନ କରିଥିଲେ। ପତ୍ନୀଙ୍କ ଦେହ ଖରାପ ଥିବା ନେଇ ଡାକ୍ତରୀ ରିପୋର୍ଟ ଉପରିସ୍ତ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ ।

ହେଲେ କମାଣ୍ଡାଣ୍ଟ ଛୁଟି ମଞ୍ଜୁର କରିଥିଲେ ସୁଦ୍ଧା ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ନାକଚ କରି ଦେଇଥିଲେ। ବିନା କାରଣରେ ଛୁଟି ନାକଚ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଡିଜିଙ୍କ କାର୍ଯ୍ୟାଳୟରେ ନିଜର ଅଭିଯୋଗ ଦାଖଲ କରିଛନ୍ତି ଯବାନଙ୍କ ପତ୍ନୀ ପ୍ରଭାସିନୀ ଚୌଧୁରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.