ETV Bharat / city

ପତ୍ନୀକୁ ଭରଣପୋଷଣ ଦେବାରେ ଅସମର୍ଥ ସ୍ବାମୀ ଯିବେ ଜେଲ: ହାଇକୋର୍ଟ

author img

By

Published : Jul 4, 2021, 12:18 PM IST

Updated : Jul 4, 2021, 12:43 PM IST

ଏଣିକି ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ କହୁଥିବା ସ୍ୱାମୀକୁ ଜେଲ ଦଣ୍ଡ । ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଅଧିକ ପଢନ୍ତୁ...

ପତ୍ନୀକୁ ଭରଣପୋଷଣ ଦେବାରେ ଅସମର୍ଥ ସ୍ବାମୀ ଜେଲ ଯିବ: ହାଇକୋର୍ଟ

କଟକ:ଏଣିକି ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ କହୁଥିବା ସ୍ୱାମୀକୁ ଜେଲ ଯିବାକୁ ପଡିବ । ଜେଲରେ ଥିବା ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ସେଥିରୁ ଅର୍ଜନ କରୁଥିବା ଅର୍ଥରୁ ପତ୍ନୀକୁ ଭରଣପୋଷଣ ଦେବାକୁ ପଡ଼ିବ। ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । କିଛି ରୋଜଗାର ନଥିବାରୁ ସେ ତାଙ୍କ ପତ୍ନୀକୁ ନିମ୍ନ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସର୍ବନିମ୍ନ ୧୭୧୬ ଟଙ୍କା ଭରଣପୋଷଣ ଦେବାରେ ଅସମର୍ଥ ବୋଲି ସ୍ବାମୀ କହିଥିଲେ । ହେଲେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ନିଜ ବିବାହକୁ ସ୍ବୀକାର କରିଥିଲେ ସ୍ବାମୀ । ମାତ୍ର ଭରଣପୋଷଣ ଦେବାରେ ସେ ଅସମର୍ଥ ବୋଲି ଦର୍ଶାଇଥିଲେ ।

ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ଓକିଲ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁମତି ମାଗିବା ସହ ଆବେଦନକାରୀ ମାସିକ ୧୭୧୬ ଟଙ୍କା ଭରଣପୋଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ହାଇକୋର୍ଟ ଆବେଦନକାରୀଙ୍କ ମାମଲା ପ୍ରତ୍ୟାହାର କରିବା ସହ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 4, 2021, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.