କଟକ: କଟକରେ କ୍ରମଶଃ ବୃଦ୍ଧି ପାଉଛି ସଂକ୍ରମଣ । କୋଭିଡ ପ୍ରସାରକୁ ରୋକିବାକୁ ସିଏମସି ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର । କୋଭିଡ ନିୟନ୍ତ୍ରଣ କକ୍ଷ ନମ୍ବର 7077775555 ଏବଂ ଜରୁରୀ ସେବା ପାଇଁ 1800 345 8289 ଜାରି ହୋଇଛି ।
ସିଏମସି ପକ୍ଷରୁ ବିଭିନ୍ନ କୋଭିଡ ବିରୋଧୀ ପଦକ୍ଷେପ ନିଆଯାଉଛି ଏବଂ କଟକଣାକୁ ଜୋରଦାର କରାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ଭୟଭୀତ ନ ହୋଇ ପରୀକ୍ଷା କରାଇବାକୁ ପରାମର୍ଶ ଦେବା ସହ କୋଭିଡ ନିୟମ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ