ETV Bharat / city

ଅନ୍ୟ ଜାତିରେ ବିବାହ ପାଇଁ ମିଳିଲା ହତ୍ୟା ଧମକ, ଡିଜିଙ୍କୁ ଭେଟିଲେ ଯାଜପୁରର ପାତ୍ର ପରିବାର - ଡିିଜିଙ୍କ ସହାୟତା ଲୋଡିଲେ ଅସହାୟ ପରିବାର

ଯାଜପୁର ଜିଲ୍ଲା ମୂଳଖମ୍ବର ଜଣେ ବ୍ୟକ୍ତି ଅଲଗା ଜାତିରେ ବିବାହ କରିବାରୁ ତାଙ୍କୁ ହତ୍ୟା ଧମକ ଆସିଥିଲା । ଏ ନେଇ ସ୍ଥାନୀୟ ପୋଲିସ କର୍ଣ୍ଣପାତ ନ କରିବା ପରେ ଡିଜିଙ୍କ ଦ୍ବାରସ୍ଥ ହୋଇଛନ୍ତି ଅସହାୟ ପରିବାର । ଅଧିକ ପଢନ୍ତୁ

ଶୁଣିଲାନି ସ୍ଥାନୀୟ ପୋଲିସ, ଡିଜିଙ୍କୁ ନ୍ୟାୟ ମାଗିଲେ ଅସହାୟ ପରିବାର
ଶୁଣିଲାନି ସ୍ଥାନୀୟ ପୋଲିସ, ଡିଜିଙ୍କୁ ନ୍ୟାୟ ମାଗିଲେ ଶୁଣିଲାନି ସ୍ଥାନୀୟ ପୋଲିସ, ଡିଜିଙ୍କୁ ନ୍ୟାୟ ମାଗିଲେ ଅସହାୟ ପରିବାରଅସହାୟ ପରିବାର
author img

By

Published : Apr 22, 2022, 4:51 PM IST

କଟକ: ଅନ୍ୟ ଜାତିରେ ବିବାହ ପରେ ଆସିଲା ହତ୍ୟା ଧମକ । ସ୍ଥାନୀୟ ଥାନା ରଖିଲାନି ଏତଲା । ପୋଲିସର ମନମାନୀ ଯୋଗୁଁ ବଢ଼ିଲା ଭୟ । ଗାଁର କିଛି ମୁଷ୍ଟିମୟ ବ୍ୟକ୍ତିଙ୍କ ଯୋଗୁଁ ଯାଜପୁର ଜିଲ୍ଲା ମୂଳଖମ୍ବ ଗାଁ ଛାଡିଲେ ପରିବାର । ଶେଷରେ କିଛି ବାଟ ନପାଇ ଆଜି(ଶୁକ୍ରବାର) ଡିଜିଙ୍କୁ ଭେଟିଛନ୍ତି ଏହି ଅସହାୟ ପରିବାର ।

ଶୁଣିଲାନି ସ୍ଥାନୀୟ ପୋଲିସ, ଡିଜିଙ୍କୁ ନ୍ୟାୟ ମାଗିଲେ ଅସହାୟ ପରିବାର

ଘଟଣାଟି ଆଶ୍ଚର୍ଯ୍ୟକର ଭଳି ଲାଗୁଥିଲେ ମଧ୍ୟ ଏହା ବାସ୍ତବରେ ସତ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଥିବା ମୂଳଖମ୍ବ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ଜୈନିକ ବିଭୁତି ପାତ୍ର ଅନ୍ୟ ଏକ ଜାତିରେ ବିବାହ କରିବାରୁ ତାଙ୍କୁ ଗାଁରେ କିଛି ମୁଷ୍ଟିମେୟ ବ୍ୟକ୍ତି ତାଙ୍କ ପରିବାରକୁ ଗାଁରୁ ବିଦା କରିଦେଇଥିଲେ ।

ଏହାସହ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଯାହା ଫଳରେ ସେ ଆଇନର ଆଶ୍ରୟ ନେବା ପାଇଁ ଥାନାର ଦ୍ବାରସ୍ଥ ହେବା ପରେ ତାଙ୍କ ଅଭିଯୋଗକୁ ସ୍ଥାନୀୟ ଥାନା ଅଧିକାରୀ କର୍ଣ୍ଣପାତ କରିନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଭୂତି । ତେବେ ଏହି ଦିଗରେ ଶୀଘ୍ର ନ୍ୟାୟ ସହ ଦୋଷୀକୁ ଗିରଫ କରିବାକୁ ଡିଜିଙ୍କୁ ଭେଟି ଦାବି ଜଣାଇଛନ୍ତି ପରିବାର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.