ETV Bharat / city

କେନ୍ଦ୍ରାପଡାରେ ରଥଯାତ୍ରା ଅନୁମତି ପାଇଁ ହାଇକୋର୍ଟରେ ମାମଲା - କେନ୍ଦ୍ରାପଡାରେ ରଥଯାତ୍ରା

ମନ୍ଦିରର ସେବାୟତ ରଞ୍ଜନ କୁମାର ସୁଅର ଏବଂ ୪ ଜଣ ସେବାୟତ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଅନୁମତି ଦେବା ଲାଗି ହାଇକୋର୍ଟରେ ରୁଜୁ ହେଲା ମାମଲା ।

କେନ୍ଦ୍ରାପଡାରେ ରଥଯାତ୍ରା ଅନୁମତି ପାଇଁ ହାଇକୋର୍ଟରେ ମାମଲା

author img

By

Published : Jun 18, 2021, 8:47 PM IST

କଟକ: କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଅନୁମତି ଦେବା ଲାଗି ହାଇକୋର୍ଟରେ ରୁଜୁ ହୋଇଛି ମାମଲା । ମନ୍ଦିରର ସେବାୟତ ରଞ୍ଜନ କୁମାର ସୁଅର ଏବଂ ୪ ଜଣ ସେବାୟତ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।

କୋଭିଡ଼ କଟକଣା ସହ ପୁରୀ ଢାଞ୍ଚାରେ ରଥଯାତ୍ରା କରିବାକୁ ଅନୁମତି ଦେବାପାଇଁ କୋର୍ଟରେ ମାମଲା ଦାଏର କରାଯାଇଛି । ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ମନ୍ଦିରକୁ ଅଣଦେଖା କରାଯାଉଥିବା ନେଇ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ।

ତେବେ ୫୦୦ ଶହ ସେବାୟତଙ୍କୁ ନେଇ କୋଭିଡ଼ କଟକଣାରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଛନ୍ତି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡା ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.