ETV Bharat / city

ତାଲାବନ୍ଦ ନିୟମ ଭାଙ୍ଗି ଗୋଟିଏ ସପ୍ତାହରେ 5924 ମାମଲା ରୁଜୁ

author img

By

Published : May 2, 2020, 8:11 PM IST

ଗୋଟିଏ ସପ୍ତାହରେ ରାଜ୍ୟରେ 5924ଟି ମାମଲା ରୁଜୁ ହୋଇଛି । ଗତ ଏପ୍ରିଲ ୨୪ ତାରିଖରୁ ଶନିବାର ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ତାଲାବନ୍ଦ ନିୟମ ଭାଙ୍ଗି ଗୋଟିଏ ସପ୍ତାହରେ 5924 ମାମଲା ରୁଜୁ
ତାଲାବନ୍ଦ ନିୟମ ଭାଙ୍ଗି ଗୋଟିଏ ସପ୍ତାହରେ 5924 ମାମଲା ରୁଜୁ

କଟକ: ରାଜ୍ୟବ୍ୟାପୀ ଲକଡାଉନ ଲାଗୁ ହୋଇଥିବାବେଳେ ଏହାକୁ ଉଲ୍ଲଙ୍ଘନ କରିବା ଲୋକଙ୍କ ଅଭ୍ୟାସ ପାଲଟିଛି । ବିଭିନ୍ନ ଜାଗାରେ ତାଲାବନ୍ଦ ନିୟମ ଭାଙ୍ଗି ଲୋକଙ୍କ ଗାଡି ସିଜ ହେବା ସହ ଅନେକ ମାମଲା ରୁଜୁ ହୋଇଛି । ନିୟମ ଭାଙ୍ଗିଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ଶନିବାର ପର୍ଯ୍ୟନ୍ତ ମୋଟ ୫୯୨୪ଟି ମାମଲା ରୁଜୁ କରାଯାଇଛି ।

ଗତ ଏପ୍ରିଲ ୨୪ ତାରିଖରୁ ଶନିବାର ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ ହୋଇଛି । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୧ଟି ମାମଲା ରୁଜୁ କରାଯାଇଛି ।

ଏହି ୨୧ଟି ମାମଲା ମଧ୍ୟରୁ ୧୯ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରୁଜୁ ହୋଇଛି । ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଙ୍ଘନ ପାଇଁ ରୁଜୁ କରାଯାଇଛି । ବାକି ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.