ETV Bharat / city

ଟ୍ରକର ସିକ୍ରେଟ ଚାମ୍ବରରୁ ଜବତ ହେଲା ସାଢ଼େ ୫ କୁଇଣ୍ଟାଲ ଗଞ୍ଜେଇ - କମିଶନରେଟ ପୋଲିସକୁ ସଫଳତା

କମିଶନରେଟ ପୋଲିସକୁ ସଫଳତା। ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ବେଳେ ଟ୍ରକକୁ ଜବତ କରିଛି ଜଗତପୁର ପୋଲିସ। ଅଧିକ ପଢନ୍ତୁ…

5 quiental Ganja seize in secret chamber of truck in cuttack
ଟ୍ରକର ସିକ୍ରେଟ ଚାମ୍ବରରୁ ଜବତ ହେଲା ସାଢ଼େ ୫ କୁଇଣ୍ଟାଲ ଗଞ୍ଜେଇ
author img

By

Published : Jun 21, 2021, 6:57 PM IST

କଟକ: କମିଶନରେଟ ପୋଲିସକୁ ସଫଳତା। ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ଥାନା ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ।

ଟ୍ରକର ସିକ୍ରେଟ ଚାମ୍ବରରୁ ଜବତ ହେଲା ସାଢ଼େ ୫ କୁଇଣ୍ଟାଲ ଗଞ୍ଜେଇ

ସୂଚନା ଅନୁଯାୟୀ ଏକ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । କିଛି ସମୟ ପରେ ମହାନଦୀ ପୋଲ ଉପରେ ଏକ ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରେ ଏକ ଟ୍ରକ ଭିତରେ ଗଞ୍ଜେଇ ପ୍ୟାକେଟ ଥିବା ପୋଲିସ ଦେଖିଥିଲା। ଉକ୍ତ ଟ୍ରକରେ ଏକ ସିକ୍ରେଟ ଚାମ୍ବର ମଧ୍ୟରେ ଗଞ୍ଜେଇ ଥିବା ଜଣାପଡିଥିଲା । ଏହା ପରେ ପୋଲିସ କଟର ସାହାଯ୍ୟରେ କାଟିଥିଲା। ସେଥିରୁ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଯାହାର ହାରାହାରି ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ଜଣାପଡିଛି ।

ଏହି ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି। ତେବେ ଏହି ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜୋନ - ୨ ଏସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.