କଟକ: ଏସଟିଏଫକୁ ସଫଳତା । ୪ କେଜି ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫସି ବିଭାଗ । ଗତକାଲି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ।ତେବେ ଘଟଣାର ତଦନ୍ତ କରାଯାଉଥିବା ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ କହିଛନ୍ତି ।
ସେହିପରି ଚଳିତବର୍ଷ ୨୦ କେଜି ୭୩୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି ବିଭାଗ । ଯାହାକି ଗତ ୮ ବର୍ଷ ତୁଳନାରେ ସର୍ବାଧିକ ବୋଲି ଡିଜି କହିଛନ୍ତି । ଚଳିତବର୍ଷ ବ୍ରାଉନସୁଗାର ମାମଲାରେ ୨୨ ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୩ ଜଣଙ୍କୁ ଗିରଫ କରିଛି ଏସଟିଏଫ ।
ସେହିପରି ଗଞ୍ଜେଇ ଜବତରେ ମଧ୍ୟ ରେକର୍ଡ କରିଛି ଏହି ବିଭାଗ । ୨୦୧୮ ମସିହାରେ ୫୨୩.୮୯ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା ବେଳେ ୨୦୧୯ ମସିହାରେ ୬୧୮.୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଚଳିତବର୍ଷ ୬୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଏସଟିଏଫ। ଯାହାକି ପୂର୍ବ ବର୍ଷ ତୁଳନାରେ ଏହି ବିଭାଗ ଭଲ ପ୍ରଦର୍ଶନ କରିଥିବା ପୋଲିସ ଡିଜି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ