କଟକ: ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି 33ତମ ସର୍ବ ଭାରତୀୟ ସବ୍ ଜୁନିଅର ସଫ୍ଟ ବଲ୍ ଚମ୍ପିଆନସିପ୍ । କଟକ ସତ୍ୟବ୍ରତ ଷ୍ଟାଡିୟମରେ ଉଭୟ ବାଳକ ଏବଂ ବାଳିକା ବର୍ଗରେ ଖେଳା ଯିବାକୁ ଥିବା ଏହି ଚମ୍ପିଆନସିପ୍ରେ 20ରୁ ଅଧିକ ରାଜ୍ୟର ପ୍ରାୟ 600ରୁ ଅଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଏଥିରେ ଅଂଶ ଗ୍ରହଣ କରିବେ।
ସେପ୍ଟେମ୍ବର 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଭାରତୀୟ ସବ୍ ଜୁନିଅର ସଫ୍ଟବଲ ଚମ୍ପିଆନସିପ୍ । 5 ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିଆନସିପ୍ରେ ଆୟୋଜକ ଓଡ଼ିଶାର ଉଭୟ ବାଳକ ଏବଂ ବାଳିକା ଟିମ୍ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା ସଫ୍ଟ ବଲ ଆସୋସିଏସନ୍ । କୋରୋନା କାଳରେ ଏହି ଚମ୍ପିଆନସିପ୍ରେ ଆୟୋଜିତ ହେବ । ଏହାକୁ ନେଇ ସ୍ବତନ୍ତ୍ର ଗାଇଡଲାଇନ ରଖିଛି ଓଡ଼ିଶା ସଫ୍ଟବଲ ଆସୋସିଏସନ । ଏହାକୁ ନେଇ ଓସିଏ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଆସୋସିଏସନର ପଦାଧିକାରୀ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଭୋଜନ ପାଇଁ ବିଶେଷ ସମୟ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ଭୋଜନ ସମୟରେ ପ୍ରଥମେ ବାଳକମାନେ ଖାଦ୍ୟ ଗ୍ରହଣ କରିବେ । ଏହାପରେ ବାଳିକାମାନେ ଖାଦ୍ୟ ଗ୍ରହଣ କରିବେ । ଶେଷରେ ସପୋର୍ଟ ଷ୍ଟାଫ୍ ଓ ଅନ୍ୟ ଅଧିକାରୀଙ୍କୁ ଖାଦ୍ୟ ପରଷା ଯିବ ।
କୋରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଓଡ଼ିଶା ସଫ୍ଟ ବଲ ଟିମ୍ ସେତେଟା ଭଲ ଭାବେ ଅଭ୍ୟାସ କରି ପାରିନାହିଁ । ଏହାସତ୍ତ୍ବେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ