ETV Bharat / city

କମିଶନରେଟ ପୋଲିସ ଟାର୍ଗେଟରେ ମକର ମାଞ୍ଜା, ଗୁଡି ଉଡାଇ ୩ ଅଟକ

author img

By

Published : Jan 14, 2022, 5:39 PM IST

ମକର ସଂକ୍ରାନ୍ତି ଉପଲକ୍ଷେ ମାଞ୍ଜା ସୂତା ଉଡାଇବା ଏବଂ ବ୍ୟବସାୟ ଉପରେ କମିଶନରେଟ ପୋଲିସର ବିଶେଷ ନଜର । ଗୁଡି ଉଡାଇ ୩ ଯୁବକ ଥାନାରେ ଅଟକ । ଅଧିକ ପଢନ୍ତୁ

କମିଶନରେଟ ପୋଲିସ ଟାର୍ଗେଟରେ ମକର ମାଞ୍ଜା, ଗୁଡି ଉଡାଇ ୩ ଅଟକ
କମିଶନରେଟ ପୋଲିସ ଟାର୍ଗେଟରେ ମକର ମାଞ୍ଜା, ଗୁଡି ଉଡାଇ ୩ ଅଟକ

କଟକ: ଆଜି ମକର ସଂକ୍ରାନ୍ତି । ଘରେ ଘରେ ପିଠାପଣାରେ ପାଳନ ହେଉଛି ପର୍ବ । ଏଥିପାଇଁ ଗାଁ ଠୁ ସହର ସବୁଠି ବେଶ୍ ଉତ୍ସବମୁଖର । ଏହି ପର୍ବରେ ଗୁଡି ଉଡାଇବା ପରମ୍ପରା ବେଶ୍ ନିଆରା । ହେଲେ ଚଳିତ ବର୍ଷ ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଏହା ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ ।

ପ୍ରାଚୀନ ନଗରୀ କଟକ ସହରରେ ଗୁଡ଼ି ଉଡ଼ାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଥିଲେ ମଧ୍ୟ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଉପରେ କଟକଣା ଜାରି କରାଯାଇଛି । ମାଞ୍ଜା ସୁତାରେ ବେକ କଟି ଜଗତପୁର ଅଞ୍ଚଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼କୁ ଆସିଛି କଟକ କମିଶନରେଟ ପୋଲିସ । ବେଆଇନ ମାଞ୍ଜା ବିକ୍ରି କରିବା ଏବଂ ଗୁଡି ଉଡାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ:- Chinese Manja: ଗୁଡିସୂତା ପୋଛିଦେଲା ସିନ୍ଦୂର, ୬ ମାସ ତଳେ କରିଥିଲେ ବିବାହ

ତେବେ ଆଜି(ଶୁକ୍ରବାର) କିଛି ସ୍ଥାନରେ ଗୁଡି ଉଡାଯାଉଥିବା ଖବର ପାଇ କଟକ ବାଦାମବାଡି ଥାନା ଅଧିକାରୀ ସେଠାରେ ପହଞ୍ଚି ବହୁ ସଂଖ୍ୟକ ନଟେଇ, ଗୁଡି, ସୂତା ଜବତ କରିଛି । ଏପରିକି କିଛି ଯୁବକଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ପୋଲିସ । ତେବେ ମଞ୍ଜା ସୂତା ଲାଗିବା ଦ୍ଵାରା ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଗୁଡି ଉଡାଇବା ଉପରେ ରୋକ ଲାଗିବା ଉଚିତ ବୋଲି ସାଧାଣରେ ଚର୍ଚ୍ଚା ହେଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.