ETV Bharat / city

ପରିବାର ସହ ଭୋଟ ଦେଲେ ବିଜେଡିର ହେଭିୱେଟ ନେତା ଭର୍ତ୍ତୃହରି

ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏଥିରେ ବିଜେଡିର ହେଭିୱେଟ ନେତା ତଥା କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପରିବାର ଲୋକଙ୍କ ସହ ନିଜର ମତସାବ୍ୟସ୍ତ କରିଛନ୍ତି ।

author img

By

Published : Apr 23, 2019, 12:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଓଡିଶାରେ ମୋଟ 6ଟି ଲୋକସଭା ଓ 42ଟି ବିଧାନସଭା ପାଇଁ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟରମାନେ ଉତ୍ସାହ ସହକାରେ ଭୋଟଗ୍ରହଣ କେନ୍ଦ୍ରରେ ଭୋଟ ଦେଉଛନ୍ତି । ନିର୍ବାଚନର ଏହି ମହାପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡିର ବହୁ ହେଭିୱେଟ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ବିଜେଡିର ହେଭିୱେଟ ନେତା ତଥା କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ନିଜର ମତସାବ୍ୟସ୍ତ କରିଛନ୍ତି । ସେ ଚାନ୍ଦିନୀଚୌକର 61 ନଂ ବୁଥରେ ନିଜ ପରିବାର ଲୋକଙ୍କ ସହ ମତଦାନ କରିଛନ୍ତି ।

ଚଳିତ ବର୍ଷର ନିର୍ବାଚନୀ ପାଣିପାଗ ବିଷୟରେ ପଚାରିବାକୁ ସେ କହିଛନ୍ତି କି ନିର୍ବାଚନ ସରୁଖୁରୁରେ ଚାଲିଛି । ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାରୁ ଭୋଟର ଫଳାଫଳ ବହୁତ ଭଲ ରହିବ । ଆଉ ମୋଦିଙ୍କ ହାୱା କେବେ ଓଡିଶାରେ ପ୍ରତିଫଳିତ ହୋଇନାହିଁ ଚଳିତ ଥର ମଧ୍ୟ ହେବ ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.