ETV Bharat / city

ସିଲଭର ସିଟିରେ ସିରିଜ୍‌ ମର୍ଡର, ଅନ୍ଧାରରେ ପୋଲିସ - ସିରିଜ୍‌ ମର୍ଡର

ସିଲଭର ସିଟିରେ ସିରିଜ୍‌ ମର୍ଡର । କଟକରେ 2 ଦିନରେ 3 ହତ୍ୟା । ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସେପଟେ ଅପରାଧୀର ମଧ୍ୟ ସୁରାକ ପାଉନି ପୋଲିସ ।

ଡିଜାଇନ ଫଟୋ
author img

By

Published : Jul 24, 2019, 9:04 PM IST

Updated : Jul 24, 2019, 10:07 PM IST

କଟକ: ସିଲଭର ସିଟିରେ ସିରିଜ୍‌ ମର୍ଡର । 2 ଦିନରେ କଟକରେ 3 ହତ୍ୟା । ଟାର୍ଗେଟରେ ଶ୍ରମିକ । ହତ୍ୟାକାରୀର ସୁରାକ ପାଉନି ପୋଲିସ । ସମାନ ଷ୍ଟାଇଲରେ ମର୍ଡର କରି ଦୁର୍ବୃତ୍ତ ଫେରାର ହୋଇଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମଙ୍ଗଳବାର ରାଣୀହାଟ କେନାଲ ରୋଡ ନିକଟରେ ଶୋଇଥିବା ଅବସ୍ଥାରେ ଜଣେ ଶ୍ରମିକକୁ ହତ୍ୟା କରାଯାଇଥିଲା । ତେବେ 24 ଘଣ୍ଟା ନପୁରୁଣୁ ରାଣୀହାଟ ଓ ଓଏମପି ନିକଟରେ ଆଉ ଦୁଇ ଶ୍ରମିକଙ୍କ ହତ୍ୟା ହୋଇଥବା ଅଭିଯୋଗ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ତେବେ କିଏ କରୁଛି ଏଭଳି କାଣ୍ଡ ? କାହିଁକି ଦିନ ମଜୁରିଆଙ୍କୁ କରାଯାଉଛି ଟାର୍ଗେଟ ? ହତ୍ୟାକାରୀ ଜଣେ ନା ଗୋଟିଏ ଗ୍ୟାଙ୍ଗ । ଏହାକୁ ନେଇ ଖୋଳତାଡ କରୁଛି କମିଶନରେଟ ପୋଲିସ । ହତ୍ୟାକାରୀକୁ ଧରିବା ପାଇଁ ଚଳାଇଛି ପ୍ରୟାସ । ସେପଟେ ଆଉ ଏପରି ଘଟଣା ଯେପରି ନଘଟେ ସେଥିଲାଗି ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

ତେବେ ଭାଇଚାରା ସହରରେ ଏପରି କାହିଁକି ଘଟୁଛି ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ଚାଞ୍ଚଲ୍ୟ।2 ଦିନରେ 3 ହତ୍ୟା।ସମାନ ଭାବରେ ଆଉ ସମାନ ଢଙ୍ଗରେ ହତ୍ୟା କରି ଫେରାର ହେଇଯାଉଛି ତୃବୃତ୍ତ।ସବୁଠାରୁ ବଡ଼ କଥା ହେଉଛି ହତ୍ୟାର ଶିକାର ହେଉଛନ୍ତି କେବଳ ଶ୍ରମିକ ଶ୍ରେଣୀର ଲୋକ।ରାତି ରେ ହତ୍ୟା କରି ହତ୍ୟାକାରୀ ଫେରାର ହେଉଥିବାବେଳେ ଏହାର ଟିକେ ବି ଟେର ପାଉ ନାହିଁ ପୋଲିସ।

Body:(ଭିଓ - ୧)ଦୀର୍ଘ ଦିନ ଧରି ଶାନ୍ତ ରହିଲା ପରେ ଅଶାନ୍ତ ହୋଇ ପଡିଛି କଟକ ସହର।2 ଦିନରେ ଗଡିଲାଣି 3 ଟି ମୁଣ୍ଡ।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାର ଶିକାର ହେଉଛନ୍ତି କେବଳ ଶ୍ରମିକ ଶ୍ରେଣୀର ଲୋକ।ଗତକାଲି ରାଣୀହାଟ କେନାଲ ରୋଡ଼ ନିକଟରେ ଜଣେ ଶ୍ରମିକ ସୋଇଥିବା ବେଳେ କେହି ଅଜଣା ଦୃବୁତ ହତ୍ୟା କରିଥିବାବେଳେ ,ଘଟଣାର 24 ଘଣ୍ଟା ନ ପୁରୁଣୁ ଆଜି ବି 2 ଜଣଙ୍କୁ ସମାନ ଭାବରେ ହତ୍ୟା କରାଯାଇଛି।ଓଏମପି ଛକ ନିକଟରେ ଜଣେ ଶ୍ରମିକ ଓ ରାଣୀହାଟ ନିକଟରେ ଶ୍ରମିକଙ୍କୁ କେହି ଗଳା କାଟି ହତ୍ୟା କରିଛି।ବିଳମ୍ବିତ ରାତିରେ ଏଭଳି ଗଳା କାଟି ହତ୍ୟା କରି ଫେରାର ହୋଇଯାଉଛନ୍ତି ଦୃବୁତ।ଜାହାକୁ ନେଇ ସହର ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ବାଇଟ - କଟକ ବାସିନ୍ଦା।
ବାଇଟ - କଟକ ବାସିନ୍ଦା।

(ଭିଓ - ୨) କି ଏ ଏଭଳି ହତ୍ୟା କରୁଛି?କାହିଁକି ଏଭଳି ଦିନ ମଜୁରିଆଙ୍କୁ କେବଳ ଟାର୍ଗେଟ କରୁଛି?ଘଟଣାକୁ ଅତି ଗୁରୁତ୍ୱର ଭାବେ ନେଇଛି କମିଶନରେଟ ପୋଲିସ।ପୋଲିସ କମିଶନର ଆଜି ଘଟଣାସ୍ଥଳ ଯାଇ ଘଟଣାର ତଦନ୍ତ କରିଛନ୍ତି।3ଟି ହତ୍ୟାକାଣ୍ଡ ଘଟଣାରେ ଜଣେ ହତ୍ୟାକାରୀ।ହତ୍ୟାକାରୀ ଜଣକ ମାନସିକ ଗ୍ରସ୍ତ ହୋଇଥିବା ପରି ଜଣା ପଡୁଛି।ତେବେ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସହରର ସମସ୍ତ ଅସହାୟ ରାତିରେ ଏକାଠି ଶୋଇବେ।ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବ।ହତ୍ୟାକାରୀ ଙ୍କୁ ଧରିବା ପାଇଁ ନାଇଟ ପେଟ୍ରୋଲିଂ କୁ କଡା କଡ଼ି କରାଯିବ।ଏଥିସହ ସହରର ଯୁବକ ସଙ୍ଘ,ପୂଜା କମିଟିର କର୍ମକର୍ତାଙ୍କ ସାହାଯ୍ୟ ମଧ୍ୟ ନିଆଯିବ।ତେବେ ଖୁବ ଶୀଘ୍ର ଅପରାଧୀ ଗିରଫ ହେବ ବୋଲି ପୋଲିସ କମିଶନର କହିଛନ୍ତି।

ବାଇଟ - ସତ୍ୟଜିତ ମହାନ୍ତି,ପୋଲିସ କମିଶନର।

Conclusion:ରାତିରେ ପୋଲିସ ପେଟ୍ରୋଲିଂ ଠିକ ଭାବରେ ହେଉ ନ ଥିବାରୁ ଏହାର ଫାଇଦା ନେଉଛନ୍ତି ଅପରାଧୀ ।ପୋଲିସ ପେଟ୍ରୋଲିଂ ଯଦି କଡା କଡ଼ି କରା ଯାଇ ଥାଆନ୍ତା, ତେବେ ଏଭଳି ନିରୀହ ଲୋକଙ୍କ ଜୀବନ ଯାଇ ନ ଥାନ୍ତା।କଟକ ରୁ ନାରାୟଣ ସାହୁ,ଇଟିଭି ଭାରତ।
Last Updated : Jul 24, 2019, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.